ଅନୁଗୁଳ : ହୁତୁହୁତୁ ହୋଇ ଜଳିଲା ଡ୍ରେସ୍ ଦୋକାନ। ଫଳରେ ଜଳିପୋଡ଼ି ପାଉଁଶ ହୋଇଗଲା ଡ୍ରେସ୍ ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡ ଅନୁଗୁଳ ସହର ବଜାର ଭିତରେ ଥିବା ଦୋକାନରେ ଲାଗିଥିବା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ସୋମବାର ସକାଳୁ ସକାଳୁ ଅନୁଗୁଳ ସହରରେ ଥିବା ବଜାର ଭିତରେ ଏକ ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା। ଖବର ପାଇ ଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦେଖିଲା ବେଳକୁ ଦୋକାନ ଭିତରେ ନିଆଁ ଲାଗି ଚାରିଆଡେ ଧୂଆଁ ମୟ ହୋଇଯାଇଥିଲା। ଏହାପରେ ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ। ଅଗ୍ନିକାଣ୍ଡ ଯୋଗୁ କିଛି ଡ୍ରେସ ସହ କିଛି ସରଞ୍ଜାମ ନଷ୍ଟ ହୋଇଯାଇଛି। ତେବେ ଉକ୍ତ ଡ୍ରେସ୍ ଦୋକାନଟି ପବନ ମାଣ୍ଡୋଠିଆଙ୍କର ବୋଲି ଜଣାପଡିଛି।