ଭୁବନେଶ୍ବର: ଆସନ୍ତା ୮ ତାରିଖରେ ଓଡ଼ିଶାରେ ପ୍ରବାସୀ ଦିବସ ପାଳନ ହେବାକୁ ଯାଉଛି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଆରମ୍ଭ ହୋଇଛି । ପ୍ରବାସୀମାନଙ୍କ ଗମନାଗମନ ପାଇଁ ଡବଲ ଡେକର ବସ୍ ଚାଲଯିବା ସହିତ ସେମାନଙ୍କ ରହିବା ପାଇଁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି । ସହରକୁ ସଫା, ସୁତୁରା ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରବାସୀମାନଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ଦିଆଯିବ ବୋଲି ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି।
ପ୍ରବାସୀମାନେ ଓଡ଼ିଆ ଖାଦ୍ୟ ଖାଇ ଓଡ଼ିଆ ଖାଦ୍ୟର ଭରପୂର ମଜା ନେବେ । ଆସନ୍ତା ୬ ତାରିଖରେ ପ୍ରବାସୀମାନଙ୍କ ପାଇଁ ଡବଲ ଡେକର ବସ୍ ଲୋକାର୍ପଣ ହେବ। ରାଜଧାନୀ ଭୁବନେଶ୍ୱରକୁ ସଫା,ସୁତୁରା ରଖିବା ପାଇଁ କର୍ପୋରେଟ ସମେତ ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟବସାୟୀଙ୍କୁ ମନ୍ତ୍ରୀ ସୂଚନା ଦେଇଛନ୍ତି।