ଭୁବନେଶ୍ୱର: ରାଜ୍ୟରେ ମହଙ୍ଗା ହୋଇଛି ମଦ । ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ପହିଲାରୁ ବର୍ଦ୍ଧିତ ଦର ଲାଗୁ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଅବକାରୀ ମନ୍ତ୍ରୀଙ୍କ ସୂଚନା ମୁତାବକ, ବିୟର୍ ବୋତଲ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାଜସ୍ଵ କ୍ଷତିକୁ ଦେଖି ପ୍ରାଇସ୍ ଫ୍ରିକ୍ସେସନ୍ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି କରାଯାଇଛି ।