ବରଗଡ: ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ହେଉଛି ଚତୁର୍ଥ ଦିନ। ଏହା ସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ ହୋଇଛି ନନ୍ଦୋତ୍ସବ। ଧନୁଯାତ୍ରାର ମୁକ୍ତାକାଶ ରଙ୍ଗମଞ୍ଚର ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଥିଲେ। ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳି କନ୍ୟା ଦୈବୀବାଣୀ ଦେଇ କହିଥିଲେ ତତେ ଯିଏ ମାରିବ ସେ ଗୋପରେ ବଢୁଛି। ଯାହାକୁ ଶୁଣି କଂସ ବିବ୍ରତ ହୋଇ ପଡିଛି।
ଏହାପରେ ମହାରାଜ କଂସ କୃଷ୍ଣଙ୍କୁ ମାରିବା ପାଇଁ ଷଢ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ ଗୋପପୁରକୁ ପଠାଇଛନ୍ତି ।