ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସରକାର ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ତିନି ଜଣ ଓଏଏସ୍ ଅଧିକାରୀଙ୍କୁ ବଦଳି କରି ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ ଓଧିକାରୀ ନୀଳକଣ୍ଠ ବେହେରା ମାଲକାନଗିରିର ଉପ ଜିଲ୍ଲାପାଳଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘସିପୂରାର ତହସିଲଦାର ଥିଲେ । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାର ଥିବା ପୁନ୍ ମହାପାତ୍ରଙ୍କୁ ଗଜପତି ଜିଲ୍ଲାକୁ ବଦଳି କରାଯାଇଛି । ସେ ଗଜପତି ଜିଲ୍ଲାର ଉପ ଜିଲ୍ଲାପାଳ ଭାବେ ପଦୋନ୍ନତି ପାଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ତହସିଲଦାର ଭାବେ ରାମ ଗୋବିନ୍ଦ ପରିଡ଼ାଙ୍କୁ ନିଯୁକ୍ତି ମିଳିଛି । ସେ ବର୍ତ୍ତମାନ କ୍ରୀଡ଼ା ଓ ଯୁବ ସେବା ବିଭାଗର ଓଏସଡିଭାବେ କାର୍ଯ୍ୟରତ ଅଛନ୍ତି ।