ବଲାଙ୍ଗୀର: ଆଜି ବଲାଙ୍ଗୀର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଲାଙ୍ଗିରରେ ହେବ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ । ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ଖେଳପଡିଆ ନିକଟରେ କୃଷି ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ପ୍ରବଳ ଜନସମାଗମର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବେ । ୨୪ ବର୍ଷ ପରେ ରାଜ୍ୟରେ ବିଜେପି ସରକାର ଏକ ବର୍ଷ ଶାସନ କରିବା ମଧ୍ୟରେ ବହୁ ସମସ୍ୟାର ସମାଧାନ ହୋଇଛି । ବିଭିନ୍ନ ଜନ ହିତକର ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା, ଲକ୍ଷପତି ଦିଦି ସୃଷ୍ଟି କରିବା, ଧାନର ମୂଲ୍ୟ ୩୧୦୦ ଟଙ୍କା ବୃଦ୍ଧି କରିବା ଭଳି କାର୍ଯ୍ୟ କରାଯାଇଛି । ଏକ ବର୍ଷ ମଧ୍ୟରେ ଅନେକ ବିକାଶ ହୋଇଛି ।