ଭୁବନେଶ୍ୱର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହଛି ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ । ସୂଚନା ଅନୁସାରେ ପ୍ରତ୍ୟେକ ସୋମବାର ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ଶେଷ ରଜ ଅର୍ଥାତ ୧୬ ତାରିଖରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଭିଦ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥିଲା। ତେଣୁ ଏହା ପରିବର୍ତ୍ତେ ପରଦିନ ଅର୍ଥାତ୍ ଆଜି ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ ଉପନିର୍ଦେଶକ ଶ୍ରୀ ନାରାୟଣ ସୂଚନା ଦେଇଛନ୍ତି ତେବେ ଚଳିତବର୍ଷ ଯେକୈାଣସି ସୋମବାର ପର୍ବପର୍ବାଣୀ ପଡୁଥିବ । ସେଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ଖୋଲା ରହିବ ଏବଂ ତା ପରଦିନ ଅର୍ଥାତ ମଙ୍ଗଳବାର ବନ୍ଦ ରହିବ।