ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ଚକ୍ରରେ ଛୋଟ ଛୋଟ ଦେଶ ପାଇଁ ଚାରି ଦିନିଆ ଟେଷ୍ଟ କ୍ରିକେଟକୁ ମଞ୍ଜୁରୀ ଦେବାକୁ ପ୍ରସ୍ତୁତି କରୁଛି । ତେବେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରମ୍ପରା ଭାବେ ଚାଲି ଆସିଥିବା ୫ ଦିନିଆ ଟେଷ୍ଟ କ୍ରିକେଟ୍ ଖେଳି ପାରିବେ । ଏକ ରିପୋର୍ଟରେ ଏମିତି ଦାବି କରାଯାଇଛି ।
ମ୍ୟାଚର ଦିନ ସଂଖ୍ୟା ଗୋଟିଏ ଦିନ କମ କରିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ଏଥିରେ ଛୋଟ ଛୋଟ ଦେଶକୁ ଅଧିକ ଟେଷ୍ଟ ଏବଂ ଲମ୍ବା ସିରିଜ୍ ଖେଳିବାରେ ବେଶ ସହାୟକ ହେବ । ଗତ ସପ୍ତାହ ଲର୍ଡ୍ସରେ ଡବ୍ଲ୍ୟୁଟିସି ଫାଇନାଲ୍ ସମୟରେ ହୋଇଥିବା ବୈଠକରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ୨୦୨୭-୨୯ ଡବ୍ଲ୍ୟୁଟିସିର ଚକ୍ର ପାଇଁ ୪ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ନିଜର ସମର୍ଥନ ବ୍ୟକ୍ତ କରିଥିଲେ ।
ଏଥିରେ କୁହାଯାଇଛି ଯେ, ଏହି ନିୟମ ପରେ ବି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତକୁ ଆସେସ, ବର୍ଡର-ଗାଭାସ୍କର ଟ୍ରଫି ଓ ଆ ଣ୍ଡରସନ-ତେନ୍ଦୁଲକର ଟ୍ରଫି ପାଇଁ ୫ ଦିନିଆ ଟେଷ୍ଟ ସିରିଜ୍ ଖେଳିବାର ଅନୁମତି ରହିବ । ଆଇସିସି ପ୍ରଥମ ଥର ୨୦୧୭ରେ ଦ୍ୱିପ।।କ୍ଷିକ ମୁକାବିଲା ପାଇଁ ୪ ଦିନିଆ ଟେଷ୍ଟ ସିରିଜକୁ ମଞ୍ଜୁରୀ ଦେଇଥିଲା ।
ଋିପୋର୍ଟ ଅନୁସାରେ, ଅନେକ ଛୋଟ ଦେଶ ସମୟ ଏବଂ ଖର୍ଚ୍ଚ କାରଣରୁ ଟେଷ୍ଟ ମ୍ୟାଚର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ମାତ୍ର ଚାରି ଦିନିଆ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ତିନି ସପ୍ତାହ ଭିତରେ ଖେଳା ଯାଇ ପାରିବ । ଏହା ସହିତ ଚାରି ଦିନିଆ ଟେଷ୍ଟ କ୍ରିକେଟରେ ପ୍ରତିଦିନ ୯୦ ଓଭର ପରିବର୍ତ୍ତେ ୯୮ ଓଭର ଖେଳାଯିବ ।