କଟକ : ଡରାଇଲାଣି ଡାଇରଆ । ଦିନକୁ ଦିନ ବଢୁଛି ଚିନ୍ତା । ଡାଇରଆ ନେଇ କଟକ ସହରରେ ତତ୍ପର ହେଲା ସିଏମସି । ମଙ୍ଗଳବାର କଟକ ରେଳ ଷ୍ଟେସନ ନିକଟ ସମସ୍ତ ଖାଦ୍ୟ ଦୋକାନରେ ସିଏମସି ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ବାସି ଖାଦ୍ୟ ଜବତ ହେବା ସହିତ ଦୁଇଟି ହୋଟେଲକୁ ମଧ୍ୟ କରିଛି ସିଏମସି ସିଲ୍ କରିଛି।
ସାଧାରଣତଃ କଲେଜ ପାଖ,ବସ ଷ୍ଟାଣ୍ଡ,ରେଲୱେ ଷ୍ଟେସନ ଆଦି ଅଞ୍ଚଳ ଗୁଡିକରେ ଥିବା ଖାଇବା ଦୋକାନ ଗୁଡ଼ିକ ରେ ଅଧିକ ଭିଡ଼ ପରିଲକ୍ଷିତ ହୁଏ,ତେଣୁ ଏହି ସବୁ ଅଞ୍ଚଳ ଗୁଡିକ ରେ ଥିବା ଦୋକାନ ଗୁଡ଼ିକ ରେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ପଦାର୍ଥ ତିଆରି ହେବା ନିତାନ୍ତ ଆବଶ୍ୟକ,ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜୋରଦାର ଚେକିଂ କରା ଯାଇଛି ।