ଓଟିଟିରେ ରିଲିଜ୍ ହେବ ନାହିଁ ଆମିର ଖାଁ ଙ୍କ 'ସିତାରେ ଜମିନ୍ ପର’। କେବଳ ଥିଏଟରରେ ରିଲିଜ୍ ହେବ ବୋଲି ନିଜ ଫ୍ୟାନ୍ସ ମାନଙ୍କୁ ସୂଚନା ଦେଇଛନ୍ତି ଆମିର। ତେବେ ଆମିର Amazon, Netflix ଏବଂ Jio ଭଳି ବଡ଼ ଓଟିଟି ପ୍ଲାଟଫର୍ମରୁ କୋଟି କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମିର ଖାନଙ୍କ ନିଷ୍ପଭି ଏପରି ଏକ ସମୟରେ ଆସିଛି ଯେତେବେଳେ ଶିଳ୍ପର ଅଧିକାଂଶ ବଡ଼ ଫିଲ୍ମ ଥିଏଟର ବଦଳରେ ସିଧାସଳଖ ଓଟିଟି ରିଲିଜକୁ ପସନ୍ଦ କରୁଛନ୍ତି। ତେବେ ଆମିରଙ୍କ ମତରେ ଆମିର ଚାହାଁନ୍ତି ଯେ ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନ ହେଉ ବରଂ ପରିବର୍ତ୍ତନର ଏକ ମାଧ୍ୟମ ହେଉ। ଏଥିପାଇଁ ଥିଏଟର ସଂସ୍କୃତିକୁ ବଞ୍ଚାଇବା ରହିବ ବହୁତ ଗୁରୁତ୍ବପୂର୍ଣ୍ଣ।
'ସିତାରେ ଜମିନ୍ ପର' ୨୦ ଜୁନ୍ ରେ ମୁକ୍ତିଲାଭ କରୁଛି। ଏହି ଚଳଚ୍ଚିତ୍ରଟି ସେହି ପିଲାମାନଙ୍କର କାହାଣୀ ଯେଉଁମାନେ ସମାଜର ପରିଭାଷା ବାହାରେ ନିଜ ଦୁନିଆରେ ବଞ୍ଚିତ ଏବଂ ଆମକୁ ପ୍ରକୃତ ଖୁସିର ପରିଭାଷା ଶିଖାନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ 'ସିତାରେ ଜମିନ୍ ପର' ଦର୍ଶକଙ୍କୁ କେତେ ଭଲ ଲାଗୁଛି। ଯଦି ଫିଲ୍ମଟି ସଫଳ ହୁଏ, ତେବେ ଏହା ନାଟ୍ୟ ଶିଳ୍ପକୁ ଏକ ନୂତନ ଦିଗଦର୍ଶନ ଦେଇପାରିବ। କିନ୍ତୁ ଯଦି ଏହା ବିଫଳ ହୁଏ ତେବେ ଏହା ନାଟ୍ୟ ସଂସ୍କୃତି ପାଇଁ ଆଉ ଏକ ଆଘାତ ହୋଇପାରେ ବୋଲି ଚଳଚିତ୍ର ଜଗତରେ ଚର୍ଚ୍ଚା ହେଉଛି।