ନିର୍ଦ୍ଦେଶକ ଶେଖର କମ୍ମୁଲାଙ୍କ ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ 'କୁବେରା' ଥିଏଟରରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ଏହି ସମୟରେ, ଧନୁଷ ତାଙ୍କ 'କୁବେରା'ର ସୁଟିଂ ସମୟରେ ଏକ ଆକର୍ଷଣୀୟ କାହାଣୀ ଦର୍ଶକଙ୍କ ସହ ବାଣ୍ଟିଥିଲେ। ସେ କହିଥିଲେ ଯେ ଫିଲ୍ମର ଏକ ସିନ ପାଇଁ ତାଙ୍କୁ ଏବଂ ରଶ୍ମିକା ମନ୍ଦନାଙ୍କୁ ୬ରୁ ୭ ଘଣ୍ଟା ପାଇଁ ଅଳିଆ ଗଦାରେ ସୁଟିଂ କରିବାକୁ ପଡିଥିଲା। ଏପରିକି ସୁଟିଂ ବେଳେ ରଶ୍ମିକାଙ୍କର କୌଣସି ସମସ୍ୟା ହେଉନଥିଲା। ବରଂ ସେ କହୁଥିଲେ ମୁଁ କୌଣସି ଖରାପ ଗନ୍ଧ ପାଉନାହିଁ।'
ମୁଁ କିଛି ଖବରରେ ପଢ଼ିଥିଲି ଯେ ଆମେ ମାସ୍କ ପିନ୍ଧି ସୁଟିଂ କରିଥିଲୁ କିନ୍ତୁ ତାହା ସେପରି ନଥିଲା। ଏହା କୌଣସି ବଡ଼ କଥା ନଥିଲା କିନ୍ତୁ ସେହି ସ୍ଥାନ ଦେଖିବା ଯେଉଁଠାକୁ ଆମେ ସାଧାରଣତଃ ଯାଉନାହୁଁ ତାହା ବହୁତ କିଛି ଶିଖାଏ। ସେଠାରେ କାମ କରିବା ଏକ ଭିନ୍ନ ଅଭିଜ୍ଞତା ଦେଇଥାଏ। ସାଧାରଣତଃ ଆମେ ସମସ୍ତେ ଆମର ସୁବିଧା ଏବଂ ସୁରକ୍ଷାର ପରିଧି ମଧ୍ୟରେ ରହୁ। କିନ୍ତୁ ମୁଁ ଏକ ସରଳ ପୃଷ୍ଠଭୂମିରୁ ଆସିଛି। ଆଜି ମୁଁ ଭଗବାନଙ୍କ କୃପାରୁ ଏଠାରେ ଅଛି। ସେହି ଦୁନିଆକୁ ପୁଣି ଥରେ ଦେଖିବା ମୋ ପାଇଁ ପୁରୁଣା ସ୍ମୃତିକୁ ତାଜା କରିବା ଭଳି ଥିଲା।'
ଧନୁଷ ଏହା ମଧ୍ୟ କହିଥିଲେ ଯେ 'କୁବେରା' ତାଙ୍କ ପାଇଁ ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର କାରଣ ଏହା ତାଙ୍କ ପିଲାଦିନର ସ୍ମୃତିକୁ ଫେରାଇ ଆଣିଥିଲା। ଦୁଇ ଦଶନ୍ଧିର କ୍ୟାରିଅରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛି କିନ୍ତୁ ଏହି ଭୂମିକା ମତେ ଖୁବ ଭଲ ଲାଗିଥିଲା। ମୁଁ ଠିକ୍ ଏକ ପ୍ରୋସେସର ଭଳି। ମୋର ନିର୍ଦ୍ଦେଶକମାନେ ମୋତେ ତଥ୍ୟ ଦିଅନ୍ତି ଏବଂ ମୁଁ ଏହାକୁ ପ୍ରକ୍ରିୟାକରଣ କରେ। ତେବେ ଏହି 'କୁବେରା' ର ସମସ୍ତ ଶ୍ରେୟ ମୋ ସହିତ କାମ କରୁଥିବା ଫିଲ୍ମ ନିର୍ଦ୍ଦେଶକମାନଙ୍କୁ ଯାଏ। ଏପରି ଜୁନ ୨୦ ଏହା ରିଲିଜ ହେବାକୁ ଯାଉଛି ତେଣୁ ସମସ୍ତେ ଏହାକୁ ଦେଖନ୍ତୁ ଏହାର ସୁନ୍ଦର କାହାଣୀ ବିଷୟରେ ଜାଣନ୍ତୁ।