ପୁରୀ: ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ଧର୍ମପତ୍ନୀ ସୋଭିତା ଧୁଲିପାଲା ମଧ୍ୟ ମହାପ୍ରଭୁଙ୍କର ଆଶିଷ ନେଇଛନ୍ତି। ଦର୍ଶନ ପରେ ଜୟ ଜଗନ୍ନାଥ ନାମ ନେଇଥିଲେ ନାଗା ଚୈତନ୍ୟ। ପୁରୀର ଏହି ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ ବୋଲି ନାଗା ଚୈତନ୍ୟ ଏବଂ ସୋଭିତା କହିଛନ୍ତି।
ସୂଚନା ମୁତାବକ, ନାଗା ଚୈତନ୍ୟ ଏବଂ ତାଙ୍କ ଧର୍ମପତ୍ନୀ ସୋଭିତା ଧୁଲିପାଲା ବୋହୁ ଦିନରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଚାଁହୁଥିଲେ। ଆଉ ଶେଷରେ ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଥିଲେ। ମହାପ୍ରଭୁଙ୍କ ଦର୍ଶନ କାରିବା ପାଇଁ ନାଗା ଚୈତନ୍ୟ ଧଳା ସାର୍ଟ ସହିତ ଏକ ପାରମ୍ପରିକ ଧୋତି ପିନ୍ଧିଥିବାର ଦେଖାଯାଇଛି। ସୋଭିତା ମଧ୍ୟ ଏକ ସୁନ୍ଦର ଲାଲ ଶାଢ଼ି ପିନ୍ଧି ଥିବାର ଦେଖିବାକୁ ମିଳିଥିଲା। ଏହାପରେ ଉଭୟ ମନ୍ଦିର ଭିତରୁକୁ ଯାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ମନ୍ଦିରରୁ ବାହାରକୁ ଆସି ଗଣମାଧ୍ୟମ ସହିତ ସଂକ୍ଷିପ୍ତ ଆଲୋଚନା ସମୟରେ, ନାଗା ଚୈତନ୍ୟଙ୍କୁ "ଜୟ ଜଗନ୍ନାଥ" କହିଥିଲେ।