ଭୁବନେଶ୍ୱର : ହାଇଓ୍ୱା ଧକ୍କାରେ ଚାଲିଗଲା ୩ ଜୀବନ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପାହାଳ ଥାନା ପୋଲିସ ପହଞ୍ଚି ତିନି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ବାଇକର ନମ୍ବର ଜରିଆରେ ଗାଡ଼ି ମାଲିକ ଚିହ୍ନଟ କରୁଛି ପୋଲିସ।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ତିନି ଜଣ ଯୁବକ ଗୋଟିଏ ବାଇକରେ ନିଆଳି ରାସ୍ତାରେ ଯାଉଥିଲେ। ସେହି ସମୟରେ ସେମାନଙ୍କର ବାଇକ ସହ ହାଇଓ୍ୱା ଧକ୍କା ହୋଇଥିଲା। ଯେଉଁଥିରେ ବାଇକରେ ଥିବା ତିନି ଜଣ ଯୁବକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ପାହାଳ ଥାନା ପୋଲିସ ପହଞ୍ଚି ତିନି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ଏହାସହିତ ଉକ୍ତ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି।
ଅଧିକ ପଢନ୍ତୁ ; ହୀରାଖଣ୍ଡ ଏକ୍ସପ୍ରେସରୁ ମିଳିଲା ମୃତଦେହ