ଭୁବେନେଶ୍ୱରରୁ କୋରାପୁଟ ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କୋରାପୁଟ ଷ୍ଟେସନ ଠାରେ ମୁତାଦେହ ଉଦ୍ଧାର ହୋଇଛି। କୋରାପୁଟ ରେଲୱେ ପୋଲିସ ହୀରାଖଣ୍ଡ ଟ୍ରେନରୁ ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ହେଲେ ମନୀଷ ଦାସ। ତାଙ୍କ ଘର କଟକ କଣ୍ଟିଲୋର ନୂଆବଜାର ଅଂଚଳର ବୋଲି ଜଣାପଡ଼ିଛି।
ମନୀଷ ରାୟଗଡା ଅଞ୍ଚଳ ଟିକିରି କମ୍ପାନୀରେ ଚାକିରି କରୁଥିଲେ। ମନୀଷ ଗୁରୁବାର ଭୁବନେଶ୍ୱରରୁ ହୀରାଖଣ୍ଡ ଟ୍ରେନ ଯୋଗ ଟିକିରି ଆସୁଥିଲେ। ତେବେ ଆସିବା ସମୟରେ ହୃଦଘାତ ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ କୋରାପୁଟ ଆରପିଏଫ ଓ ଜିଆରଫି ପୋଲିସ୍ ରେଳ ଷ୍ଟେସନରେ ପହଂଚି ଶବକୁ ଜବତ୍ କରି ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ ରେଲୱେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ ବୋଲି କୋରାପୁଟ ଜିଆରପି ଏଏସଆଇ ଅମର ସେଠୀ କହିଛନ୍ତି। ଜିଆରପି ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ: ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାରେ ୨ପାଇଲଟଙ୍କ ମୃତ୍ୟୁ; ଶୋକ ପ୍ରକାଶ କଲା ଭାରତୀୟ ବାୟୁସେନା