ମୁମ୍ବାଇ: ଶାହାରୁଖ ଖାନଙ୍କ ଘର ମନ୍ନତକୁ ବଲିଉଡର ସବୁଠାରୁ ମହଙ୍ଗା ଘର ମଧ୍ୟରେ ବିବେଚନା କରାଯାଏ । ଏହାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ହେବ । ବର୍ତ୍ତମାନ ସେ ତାଙ୍କ ପରିବାର ସହିତ ପାଲି ହିଲରେ ଭାସୁ ଭଗନାନୀଙ୍କ ଦ୍ୱାରା ଭଡା ନିଆଯାଇଥିବା ଏକ ଡୁପ୍ଲେକ୍ସରେ ରହୁଛନ୍ତି। କାରଣ ତାଙ୍କ ଘର 'ମନ୍ନତ'ର ଏବେ କାମ ଚାଲିଛି । ଯାହା ପ୍ରାୟ ୨-୩ ବର୍ଷ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ, କପୁର ପରିବାରର ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କର ଏକ ବଙ୍ଗଳା ପ୍ରସ୍ତୁତ କରୁଛନ୍ତି। କିଛି ସୂତ୍ରରୁ ଜଣାପଡିଛି ଯେ ସେମାନଙ୍କ ବଙ୍ଗଳାର କାମ ଏବେ ସମାପ୍ତ ହେବାକୁ ଯାଉଛି। ସେ ଖୁବ୍ ଶୀଘ୍ର ତାଙ୍କ ଝିଅ ରାହା ସହିତ ଗୃହପ୍ରବେଶ କରିବେ।
ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନୂତନ ବଙ୍ଗଳା ପାଲି ହିଲର ପ୍ଲାଟିନମ୍ ବେଲ୍ଟରେ ଅବସ୍ଥିତ। ଏହା ଏକ ୬ ମହଲା ବିଶିଷ୍ଟ ବଙ୍ଗଳା । ଯେଉଁଥିରେ ଛାତରେ ବଗିଚା ଏବଂ ବାଲକୋନି ଅଛି। ଏହି ଘରର କାମ ବହୁ ବର୍ଷ ଧରି ଚାଲିଥିଲା । ରଣବୀର କପୁରଙ୍କୁ ପ୍ରାୟତଃ ଏଠାରେ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ଏବଂ ମାଆ ନୀତୁ କପୁରଙ୍କ ସହିତ ଦେଖାଯାଏ। ଅନେକ ଥର ଝିଅ ରାହାଙ୍କୁ ମଧ୍ୟ ଏକାଠି ଦେଖାଯାଇଛି।
ସୂଚନା ଅନୁଯାୟୀ, ନୀତୁ କପୁର ନିଜେ ରଣବୀର କପୁରଙ୍କ ଘରର ପ୍ରତ୍ୟେକ ଡିଜାଇନ୍ ଦେଖାଶୁଣା କରୁଛନ୍ତି। କୁହାଯାଉଛି ଯେ ରଣବୀର-ଆଲିଆଙ୍କ ଘରର ମୂଲ୍ୟ ମନ୍ନତଠାରୁ ଅଧିକ। ଅର୍ଥାତ୍ ୨୦୦ କୋଟିରୁ ଅଧିକ।
ରଣବୀରଙ୍କ ଘରର ମୂଲ୍ୟ କେତେ?
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ରଣବୀର କପୁରଙ୍କ ନୂତନ ଘରର ମୂଲ୍ୟ ୨୫୦ କୋଟି ଟଙ୍କା। ଯାହା ମୁମ୍ବାଇର ସବୁଠାରୁ ମହଙ୍ଗା ସେଲିବ୍ରିଟି ଘର ପାଲଟିଛି। ଏହା ଶାହରୁଖ ଖାନଙ୍କ ୨୦୦ କୋଟିର ମନ୍ନତ ଏବଂ ଅମିତାଭ ବଚ୍ଚନଙ୍କ ଜଲସାକୁ ପଛରେ ପକାଇ ଦେଇଛି। ବିଗ୍ ବିଙ୍କ ଜଲସା ୧୨୦ କୋଟି ଟଙ୍କା।
ସବୁଠାରୁ ଖାସ୍ କଥା ହେଉଛି ଯେ ରଣବୀର-ଆଲିଆ ଏହି ଘରକୁ ଝିଅ ରାହାଙ୍କ ନାମରେ ପଞ୍ଜୀକୃତ କରିଛନ୍ତି। ଉଭୟ ଖୁବ୍ ଶୀଘ୍ର ସେମାନଙ୍କ ଝିଅ ସହିତ ଏହି ଘରେ ରହିବାକୁ ଆସିବେ।
ତେବେ ଯେଉଁ ପ୍ଲଟରେ ରଣବୀର କପୁରଙ୍କ ନୂତନ ଘର ନିର୍ମାଣ ହେଉଛି। ସେହି ସ୍ଥାନଟି ରାଜ କପୁର ଏବଂ କୃଷ୍ଣା ରାଜ କପୁରଙ୍କର ଥିଲା। ଯାହା ୧୯୮୦ ମସିହାରେ ରିଷି କପୁର ଏବଂ ନୀତୁ କପୁରଙ୍କୁ ଉତ୍ତରାଧିକାରୀ ଭାବରେ ମିଳିଥିଲା। ବର୍ତ୍ତମାନ ଏହା କପୁର ପରିବାରର ପରବର୍ତ୍ତୀ ପିଢ଼ି ରାହାଙ୍କ ନାମରେ ପଞ୍ଜୀକୃତ ହୋଇଛି। ଘରର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଛି। କିନ୍ତୁ ଏବେ ବି କିଛି କାମ ବାକି ଅଛି। ଅଛି।