କମଲ ହାସନଙ୍କ ଅଭିନୀତ 'ଠଗ୍ ଲାଇଫ୍' ଜୁନ୍ ୫ ତାରିଖରେ ବହୁତ ଆଶା ସହିତ ମୁକ୍ତିଲାଭ କରିଥିଲା। ହେଲେ ଏହି ଫିଲ୍ମ ଆଶା ଅନୁସାରେ କଲେକ୍ସନ କରିପାରିନାହିଁ। ତେବେ 'ଠଗ୍ ଲାଇଫ୍'ର ଗତି ଏବଂ ଚିତ୍ରନାଟ୍ୟକୁ ବହୁତ ସମାଲୋଚନା କରାଯାଇଛି। ଏହି କାରଣରୁ ଏହି ମଲ୍ଟିଷ୍ଟାରର୍ ଡ୍ରାମା ବକ୍ସ ଅଫିସରେ ଚମତ୍କାର କରିପାରି ନାହିଁ। ଯଦିଓ ଏହାର ଆରମ୍ଭ ଭଲ ହୋଇଥିଲା ତା'ପରେ ଏହାର ରୋଜଗାର ବଢ଼ି ନଥିଲା। ଏଥିପାଇଁ କିଛି କିଛି ସ୍ନାନରେ ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ଟି ଦର୍ଶକଙ୍କୁ ପସନ୍ଦ ଆସିନାହିଁ।
୩୭ ବର୍ଷ ପରେ କମଲ ହାସନ ଏବଂ ମଣିରତ୍ନମ୍ 'ଠଗ୍ ଲାଇଫ୍' ଫିଲ୍ମ ପାଇଁ ଏକାଠି କାମ କରିଥିଲେ। ଫିଲ୍ମର ଟ୍ରେଲରକୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା, ଯାହା ପରେ ଲାଗୁଥିଲା ଯେ ଏହା ବକ୍ସ ଅଫିସରେ ବହୁତ ରୋଜଗାର କରିବ। ଫିଲ୍ମର ଷ୍ଟାର ପାୱାର ଏବଂ ପ୍ରାରମ୍ଭିକ ଉତ୍ସାହ ଯୋଗୁଁ ଏହାର ପ୍ରଥମ ଦିନର କଲେକ୍ସନ ଭଲ ଥିଲା ଏବଂ ଏହା ସାରା ଭାରତରେ ୧୫.୫ କୋଟିର ବ୍ୟବସାୟ କରିଥିଲା। କିନ୍ତୁ ଏହା ପରେ 'ଠଗ୍ ଲାଇଫ୍' ଦର୍ଶକଙ୍କୁ ସିନେମା ହଲକୁ ଟାଣିବାରେ ବିଫଳ ହୋଇଥିଲା। ଶନିବାର ଏବଂ ରବିବାର ଛୁଟିଦିନରେ ମଧ୍ୟ ଏହି ଫିଲ୍ମ ଅଧିକ ରୋଜଗାର କରିପାରିନଥିଲା। ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ ଏହା ପ୍ରଥମ ଦିନରେ ୧୫.୫ କୋଟି, ଦ୍ୱିତୀୟ ଦିନରେ ୭.୧୫ କୋଟି, ତୃତୀୟ ଦିନରେ ୭.୭୫ କୋଟି ଏବଂ ଚତୁର୍ଥ ଦିନରେ ୬.୫ କୋଟି ଟଙ୍କା ସଂଗ୍ରହ କରିଥିଲା।