ଭୁବନେଶ୍ବର: ଜୀବନ ନେଉଛି ବିଦେଶୀ ମଦଦୋକାନ। ବିଷାକ୍ତ ମଦ ପିଇ ଚାଲିଗଲା ଦୁଇ ଜୀବନ। ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କଟକ-ପୁରୀ ରୋଡର ଷ୍ଟେସନବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଦେଇଛି। ଏପରିକି ମଦର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ତେବେ ଏହି ଘଟଣାଯୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏପରିକି ବିଦେଶୀ ମଦ ଦୋକାନ ଗୁଡିକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।