'ବାଲିକା ବଧୂ’ ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ଅବିକା ଗୋରଙ୍କର ନିର୍ବନ୍ଧ ଶେଷ ହୋଇଛି। ତେବେ ଅବିକା ଏବଂ ପ୍ରେମିକ ମିଲିନ୍ଦ ଚାନ୍ଦୱାନୀଙ୍କ ନିର୍ବନ୍ଧ ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚହଳ ସୃଷ୍ଟି କରିଛି।ଏପରିକି ସୋସିଆଲ ମିଡିଆ ଅବିକାଙ୍କ ଫ୍ୟାନ୍ସମାନେ ଦେଖି ଫ୍ୟାନ୍ସ ଅନେକ ଶୁଭେଚ୍ଛା ଜଣାଉଛନ୍ତି। ତେବେ ନିର୍ବନ୍ଧ ପାଇଁ ଅବିକା ଏବଂ ମିଲିନ୍ଦ ମ୍ୟାଚିଂ କରି ଗେଟଅପ୍ ନେଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଦୁହେଁ ଖୁବ୍ ସୁନ୍ଦର ଦିଶୁଥିବା ନଜର ଆସିଛନ୍ତି।
ନିର୍ବନ୍ଧ ପାଇଁ ଅବିକା ଗୋର୍ ଏକ ସୁନ୍ଦର ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଏହା ସହିତ ଗୋଲାପୀ ରଙ୍ଗର ହାର ଏବଂ କାନଫୁଲ ତାଙ୍କର ଆଉଟଫିଟକୁ କମ୍ପ୍ଲିମେଣ୍ଟ ଦେଉଥିଲା। ତେବେ ନିର୍ବନ୍ଧ ପରେ ଉଭୟ ଅନେକ ଫୋଟୋ ମଧ୍ୟ ଉଠାଇଛନ୍ତି। ତେବେ ଏକ ଫୋଟୋରେ ମିଲିନ୍ଦ ତାଙ୍କ ଆଙ୍ଗୁଠିରେ ମୁଦି ପିନ୍ଧୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟଟିରେ ଅବିକା ମିଲିନ୍ଦଙ୍କ ଗାଲକୁ କିସ୍ କରୁଥିବାର ମଧ୍ୟ ନଜର ଆସିଥିଲା।
ତେବେ ଅବିକା ଏବଂ ମିଲିନ୍ଦ ଚାନ୍ଦୱାନୀଙ୍କ ପ୍ରେମ କାହାଣୀ ହାଇଦ୍ରାବାଦରୁ ଆରମ୍ଭ ହୋଇଥିଲା। ଉଭୟ ପ୍ରଥମେ ହାଇଦ୍ରାବାଦରେ ଜଣେ ସାଧାରଣ ବନ୍ଧୁ ମାଧ୍ୟମରେ ଦେଖା ହୋଇଥିଲେ। ଏହାପରେ ଉଭୟ ମଧ୍ୟ ଭଲ ବନ୍ଧୁ ହୋଇଥିଲେ ଏବଂ ପରେ ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ଏହାପରେ ୨୦୨୦ ମସିହାରୁ ୨୦୨୫ ପର୍ଯ୍ୟନ୍ତ ପରସ୍ପରକୁ ଉଭୟ ଡେଟ୍ କରିଥିଲେ। ଆଉ ଶେଷରେ ପାଞ୍ଚ ବର୍ଷର ଏହି ସମ୍ପର୍କ ଆଜି ବିବାହର ରୂପ ନେବାକୁ ଯାଉଛି। ଏପରିକି ଅବିକା ଖୁବ ଶୀଘ୍ର ବିବାହ କରୁଛନ୍ତି ବୋଲି ନିଜ ଫ୍ୟାନ୍ସ ମାନଙ୍କୁ କହିଛନ୍ତି।