୫୦ ବର୍ଷ ବୟସରେ ପାଦ ରଖିଲେ ଟଲିଉଡ଼ ସୁପରଷ୍ଟାର କମେଡିଆନ ସତ୍ୟାନ ଶିବକୁମାର। ତେବେ ସତ୍ୟାନ ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ତେବେ ଜନ୍ମଦିନ ଉପଲକ୍ଷେ ଟଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ସତ୍ୟାନଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରୁଥିବାର ଦେଖିବାକୁ ମିଳିଥିଲା। ଏହାସହିତ ଫ୍ୟାନ୍ସମାନେ କହିଛନ୍ତି ଯେ ଏହି ବିଶେଷ ଅବସରରେ ଆମେ ସତ୍ୟାନଙ୍କ ଜୀବନର ଆଉ ଏକ ବର୍ଷ ପାଳନ କରୁନାହୁଁ ବରଂ ପରଦା ଉପରେ ଏବଂ ପରଦା ବାହାରେ ଚମତ୍କାର ଅଭିନୟ ଏବଂ ବିକାଶ ଦ୍ୱାରା ଚିହ୍ନିତ ଏକ ପ୍ରେରଣାଦାୟକ ଯାତ୍ରା ମଧ୍ୟ ପାଳନ କରୁଛୁ ।
୧୧ ଜୁନ ୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଟଲିଉଡ଼ର ଲୋକପ୍ରିୟ କମେଡିଆନ ସତ୍ୟାନ ଶିବକୁମାର। ତେବେ ସେ ସତ୍ୟାନ ନାମରେ ଚଳଚିତ୍ର ଜଗତରେ ବେଶ ଜଣାଶୁଣା ଥିଲେ। ସେ ମୁଖ୍ୟତଃ ତାମିଲ ସିନେମାରେ କାମ କରିଛନ୍ତି। ସେ ପ୍ରବୀଣ ପ୍ରଯୋଜକ ମାଧମପଟ୍ଟି ଶିବକୁମାରଙ୍କ ଏକମାତ୍ର ପୁଅ। ପୁଭମ୍ ପୁୟାଲୁମ୍ ଚଳଚ୍ଚିତ୍ରରେ ଜଣେ ଜୁନିଅର କଳାକାର ଭାବରେ ଏବଂ ଇଲେଭେନରେ ମୁଖ୍ୟ ଭୂମିକାରେ ଡେବ୍ୟୁ କରିଥିଲେ। ଏହାପରେ ପରବର୍ତ୍ତୀ ସମୟରେ ଷାଠିଏରୁ ଅଧିକ ତାମିଲ ଚଳଚ୍ଚିତ୍ରରେ ମୁଖ୍ୟତଃ ସହାୟକ ଏବଂ ହାସ୍ୟ ଅଭିନେତା ଭୂମିକାରେ ନଜର ଆସିଛନ୍ତି। ତେବେ ତାଙ୍କ କ୍ୟାରିୟରରେ ସେ ଆଜି ଯାଏଁ ୫୦ରୁ ଉର୍ଧ ଚଳଚିତ୍ରରେ ଅଭିନୟ କରିସାରିଛନ୍ତି। ଏପରିକି ତାଙ୍କ ଅଭିନୟ ପାଇଁ ମଧ୍ୟ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଦୁଇଥର ମିଳିସାରିଛି।