ଓଡ଼ିଆ ସିନେମା ଜଗତରେ ଏବେ କିଛି ନିଆରା ଘଟିବାକୁ ଯାଉଛି। କାରଣ ଆସନ୍ତା ୧୨ ତାରିଖରେ ଚଳଚିତ୍ର 'ବୋଉ ବୁଟୁ ଭୁତ' ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରହିଛି ଏକ ନିଆରା କାହାଣୀ ଯେଉଁଥିରେ ଆପଣ horror, କମେଡି ଏବଂ ଲଭ ଷ୍ଟୋରୀ ଦେଖିବାକୁ ପାଇବେ। ତେବେ 'ବୋଉ ବୁଟୁ ଭୁତ'ରେ ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି , ଅର୍ଚିତା ସାହୁ , ଅପରାଜିତା ମହାନ୍ତି ନଜର ଆସିବେ। ତେବେ ଏହି ଚଳଚ୍ଚିତ୍ର ନିର୍ଦେଶନା ଦେଇଛନ୍ତି ଜଗଦୀଶ ମିଶ୍ର ଏବଂ ପ୍ରଯୋଜନାର ଭରା ସମ୍ଭାଳିଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ।
କିଛିଦିନ ତଳେ 'ବୋଉ ବୁଟୁ ଭୁତ'ର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ଦର୍ଶକମାନେ ଖୁବ ଭଲ ପାଇବା ଦେଇଥିଲେ। ଏପରିକି ସେହି ଫିଲ୍ମର ଦୁଇଟି ଗୀତ କୁ ମଧ୍ୟ ଖୁବ ଭଲ ପାଇବା ମିଳିଥିଲା। ଆଉ ଏହି ଫିଲ୍ମ ରିଲିଜ ହେବା ପରେ ବକ୍ସ ଅଫିସରେ ଖୁବ ଅଧିକ କଲେକ୍ସନ କରିବ ବୋଲି ନିର୍ଦେଶକ ଆଶା ରଖିଛନ୍ତି। ଏପରିକି ଫିଲ୍ମକୁ ଦେଖିବା ପାଇଁ ମଧ୍ୟ ଦର୍ଶକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି।