ବହୁ ପ୍ରତୀକ୍ଷିତ ଫିଲ୍ମ 'ଅବତାର'ର ତୃତୀୟ ଭାଗ ରିଲିଜ ହୋଇଛି। ଟ୍ରେଲରଟି ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହା ଚହଳ ସୃଷ୍ଟି କରିଛି। ଟ୍ରେଲରରେ କେବଳ ଚମତ୍କାର ଭିଜୁଆଲ୍ ଇଫେକ୍ଟସ୍ ନୁହେଁ ବରଂ ଏକ ନୂଆ ଶକ୍ତିଶାଳୀ ଖଳନାୟକର ଝଲକ ମଧ୍ୟ ଦେଖିବାକୁ ମିଳିଛି। ଟ୍ରେଲରର ଆରମ୍ଭ ପାଣ୍ଡୋରାର ସେହି ପରିଚିତ ନୀଳ ଏବଂ ସବୁଜ ଦୁନିଆରୁ ହୋଇଛି। ଯେଉଁଠାରେ ନା'ଭି ଜନଜାତି ଶୁଖ, ଶାନ୍ତିରେ ବାସ କରୁଥିବାର ଦେଖାଯାଉଛି। ଏପରିକି ଟ୍ରେଲରରେ ଏକ ନୂଆ ବିପଦର ସଙ୍କେତ ମିଳୁଛି। ତେବେ ଏହି ଚଳଚ୍ଚିତ୍ରଟି ବଜେଟ ୨୧୦୦ କୋଟି ଟଙ୍କା ରହିଛି।
ପୂର୍ବର ମଧ୍ୟ ଅବତାରର ଦୁଇଟି ସିଜିନ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଜେମ୍ସ କ୍ୟାମେରୁନ। ଏପରିକି ଦୁଇଟି ଫିଲ୍ମ ଭଳି ଏଥର ମଧ୍ୟ ଜେମ୍ସ କ୍ୟାମେରୁନ୍ ଦର୍ଶକଙ୍କୁ ପାଣ୍ଡୋରାର ଏକ ନୂଆ ଏବଂ ଆହୁରି ରୋମାଞ୍ଚକର ଦୁନିଆକୁ ନେଇଯିବ। ତେବେ ଲଢେଇ ଏଥର କେବଳ ମଣିଷଙ୍କ ସହ ନୁହେଁ, ବରଂ ପାଣ୍ଡୋରାର ଏକ ନୂଆ ଏବଂ ଭୟଙ୍କର ଜନଜାତି ସହିତ ହେବ। ଏହି ଫିଲ୍ମର ମୁଖ୍ୟ ଖଳନାୟକ ଭାବେ 'ଆଶ୍ ପିପୁଲ'ର ନେତା 'ଭାରାଙ୍ଗ'ଙ୍କୁ ଦର୍ଶକ ଦେଖିବାକୁ ପାଇବେ। ତେବେ ଏହି ଚରିତ୍ରରେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଫେମ୍ ଉନା ଚାପଲିନ୍ ଅଭିନୟ କରୁଛନ୍ତି। ଟ୍ରେଲରରେ ତାଙ୍କର ଝଲକ ଅତ୍ୟନ୍ତ ପ୍ରଭାବଶାଳୀ ରହିଛି। ତେବେ ଟ୍ରେଲର ଦେଖି ଦର୍ଶକଙ୍କ ମଧ୍ୟରେ ଫିଲ୍ମଯୁ ଦେଖିବାକୁ ପାଇଁ ଉତ୍ସାହ ବଢିଯାଇଛି।