ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି l ଏହି ଅଦାଲତରେ ବିନା ଖର୍ଚ୍ଚରେ ବିଭିନ୍ନ ପ୍ରକାର ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା l ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ୍ ଅଫ ଇଣ୍ଡିଆ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଦି ବ୍ୟାଙ୍କ୍ ମାନଙ୍କରେ ଋଣ ଖିଲାପକlରୀ, ରାସ୍ତା ନିୟମ ଉଲଂଘନ କରି ପରିବହନ ବିଭାଗ ଓ ପୋଲିସ ଦ୍ଵାରା ଚାଲାଣ ଲାଗିଥିବା ତଥା ବିଦ୍ୟୁତ୍ ବିଭାଗର ବକେୟା ପାଉଣା ଆଦି ପାଇଁ ଉକ୍ତ ଲୋକ ଅଦାଲତରେ ମାମଲାର ସମାଧାନ କରାଯାଇ ବିଭିନ୍ନ ମାମଲାର ସମାଧାନ କରାଯାଇଥିଲା l ଏଥିପାଇଁ ଅଦାଲତ ପରିସରରେ ଭାରି ଭିଡ଼ ପରିଲକ୍ଷିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ବୌଦ୍ଧ ଆଦର୍ଶ ଥାନା ପୋଲିସ ତରଫରୁ ଅଦାଲତ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l