ମୁମ୍ବାଇ: ଆଜି ୱାର-୨ର ଟ୍ରେଲର ରିଲିଜ୍ ହୋଇଛି। ଲୋକମାନେ ଏହି ଟ୍ରେଲରକୁ ବହୁତ ଦିନ ଧରି ଅପେକ୍ଷା କରିଥିଲେ। ୱାର 2 କୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ୧୪ ଅଗଷ୍ଟରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି। ଟ୍ରେଲରରେ ହ୍ରିତିକ୍ ରୋଶନ ଏବଂ ଜୁନିଅର NTR ଙ୍କ ଆକ୍ସନ ଦେଖିବାକୁ ମିଳିବେ । କିନ୍ତୁ କିଆରା ଆଡଭାନୀଙ୍କ ବୋଲ୍ଡ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦୀର୍ଘ ପ୍ରତୀକ୍ଷା ପରେ, ଆୟନ ମୁଖାର୍ଜୀ ଏବଂ ୟଶ ରାଜ ଫିଲ୍ମସର ୱାର-୨ର ଟ୍ରେଲର ଶେଷରେ ମୁକ୍ତିଲାଭ କରିଛି। ଏଥିରେ, ହ୍ରିତିକ୍ ରୋଶନ ପୁଣି ଥରେ ମେଜର କବୀର ଧାଲିୱାଲଙ୍କ ଭୂମିକାରେ ନଜର ଆସିବେ, କିନ୍ତୁ ଏଥର ତାଙ୍କ ସହ ତାଙ୍କ ସାଥୀ ଟାଇଗର ଶ୍ରଫ୍ ନାହାନ୍ତି। ଏଥର ହ୍ରିତିକ୍ ଜୁନିଅର ଏନଟିଆରଙ୍କ ସହ ମୁହାଁମୁହିଁ ହେବେ, ଯିଏ ଜଣେ ସ୍ପେଶାଲ୍ ୟୁନିଟ୍ ଅଫିସର ଭାବରେ ଦେଖାଯାଉଛନ୍ତି।
କିନ୍ତୁ ଟ୍ରେଲର ଦେଖିବା ପରେ, ପ୍ରଶଂସକଙ୍କ ମତାମତ ବିଭାଜିତ ହୋଇଛି। ପ୍ରାୟ ଦୁଇ ମିନିଟ୍ ୩୫ ସେକେଣ୍ଡ ଲମ୍ବା ଟ୍ରେଲରଟି କିଛି ଲୋକଙ୍କୁ ବହୁତ ପ୍ରଭାବିତ କରିଛି, ଆଉ କିଛି ଲୋକଙ୍କୁ ଦ୍ୱନ୍ଦ୍ୱରେ ପାକାଇ ଦେଇଛି । ଲୋକ ମାନେ କିଆରାଙ୍କ ବୋଲ୍ଡ ଲୁକ୍ ର ଫଟୋ ସେୟାର କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି ୱାର-୨ରେ କିଆରା ଆଡଭାନୀଙ୍କ ନୂଆ ଲୁକ୍। ଯେତେବେଳେ ଅନ୍ୟ ଜଣେ ଲେଖିଛନ୍ତି ହଟି କିୟାରା। ଆପଣଙ୍କୁ କହି ରଖୁଛୁ ଯେ କିଆରା ଆଡଭାନୀଙ୍କ ଏହି ଲୁକ୍ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଅନିତା ଶ୍ରଫ୍ ଆଡାଜାନିଆ ତିଆରି କରିଛନ୍ତି। ଟିଜର ରିଲିଜ୍ ହେବା ପରେ ସେ କହିଥିଲେ ଯେ ଫିଲ୍ମରେ ଅନେକ ଥର ତାଙ୍କୁ ବୋଲ୍ଡ ଲୁକରେ ଦେଖିବାକୁ ମିଳିବ ।
କିଆରା ଆଡଭାନୀ ଏହି ମାସରେ ମାଆ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସିଦ୍ଧାର୍ଥ ମାଲହୋତ୍ରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶିଶୁ ଜନ୍ମ ବିଷୟରେ ସୂଚନା ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୱାର-୨ ବିଷୟରେ କହିବାକୁ ଗଲେ, ଜୁନିଅର ଏନଟିଆର ଏହି ଫିଲ୍ମ ସହିତ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି।