ଭୁବନେଶ୍ୱର: ରାଜ୍ୟର ମୋଟ ୧୭ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନଦଣ୍ଡ ମାନ ହାସଲ କରିଛନ୍ତି । ସହରାଞ୍ଚଳର ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୧୬ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନକ୍ୟୁଏଏସ୍ ମାନପତ୍ର ହାସଲ କରିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏକ୍ସରେ ସୂଚନା ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ଆହୁରି ସୁଦୃଢ଼ ହେଉଛି ଏବଂ ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏନକ୍ୟୁଏଏସ୍ ମାନପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ମଧ୍ୟରେ ରିହିଛି ରାମଚନ୍ଦ୍ରପୁର ଏସ୍ଏଚସି (କେନ୍ଦ୍ରାପଡ଼ା), ବଉଳାଙ୍ଗ ଏସ୍ଏଚସି (ପୁରୀ), ଅର୍ତୁଙ୍ଗା ଏସ୍ଏଚସି (ଭଦ୍ରକ), ଇନ୍ଦ୍ରପୁର (ସୁନ୍ଦରଗଡ଼), ଆମ୍ବୁପୁଆ (ଗଞ୍ଜାମ), ଜଳନବୀରା (ସୁନ୍ଦରଗଡ଼), ବଳରାମପ୍ରସାଦ (ନୟାଗଡ଼), ଏରାବଙ୍ଗ (ପୁରୀ), ସଲଗବାହାଲ (ସୁନ୍ଦରଗଡ଼), ଜକେଇକଲା (ସୁନ୍ଦରଗଡ଼), ତେଲେଣିଆ (କଟକ), ବୁଢ଼ାପଙ୍କ (ଅନୁଗୁଳ), ପୁରୁଷୋତ୍ତମ ପୁର (କେନ୍ଦ୍ରାପଡ଼ା), ସୁର୍ଦ୍ଦା (ସୁନ୍ଦରଗଡ଼), ରସ୍ତି (ସୁନ୍ଦରଗଡ଼), ଗୋଲନ୍ଥରା (ଗଞ୍ଜାମ), କୁଳିଆ (କଟକ), ଗୋପପୁର (କଟକ), ଚଲକି (ବଲାଙ୍ଗୀର), ରୁପଦେଇପୁର (ପୁରୀ) ଏବଂ କୋଳିଅଥା (କଟକ) ।