ଗୌତମ ତିନିନାନୁରୀଙ୍କ ନିର୍ଦ୍ଦେଶିତ ଏବଂ ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ କିଙ୍ଗଡମର ଟ୍ରେଲର ହୋଇଛି ରିଲିଜ୍। ତିରୁପତିରେ ଏହି ଟ୍ରେଲର ଲଞ୍ଚ ହୋଇଥିଲା। ଟ୍ରେଲରଟି ଦର୍ଶକଙ୍କୁ ଆକ୍ସନ୍, ଭାବପ୍ରବଣତା ଏବଂ ବଳିଦାନରେ ଏକ କାହାଣୀର ଝଲକ ଦେଖେଇବାକୁ ଚେଷ୍ଟା କରିଛି। ତେବେ ଏହି ସ୍ପାଇ-ଆକ୍ସନ୍ ଡ୍ରାମା ଫିଲ୍ମଟି ଜୁଲାଇ ୩୧ ତାରିଖରେ ସିନେମା ହଲ୍କୁ ଆସିବାକୁ ଯାଉଛି। ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ କରିବା ନେଇ ନିର୍ଦ୍ଦେଶକ ଆଶା ରଖିଛନ୍ତି।
କିଙ୍ଗଡମ୍’ର କାହାଣୀ ଶ୍ରୀଲଙ୍କା ଗୃହଯୁଦ୍ଧ ଉପରେ ଆଧାରିତ ହୋଇଛି। ଏହି ଚଳଚ୍ଚିତ୍ରରେ ସୂର୍ଯ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଅଭିନୟ କରୁଛନ୍ତି। ଯିଏ ଜଣେ ଗୁପ୍ତଚର ଏବଂ ଏକ ଗୁପ୍ତ ମିଶନରେ କାମ କରୁଥିବା ନଜର ଆସିଛି। ତେବେ ଟ୍ରେଲରରେ ଜବରଦସ୍ତ ଆକ୍ସନ୍ ସିକ୍ୱେନ୍ସ ସହିତ ଗଭୀର ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ରହିଛି। ଟ୍ରେଲରରେ ଜବରଦସ୍ତ ଆକ୍ସନ୍ ସିକ୍ୱେନ୍ସ ସହିତ ଗଭୀର ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ରହିଛି ଯାହା ଫିଲ୍ମର ଗଭୀରତାକୁ ପ୍ରକାଶ କରୁଛି। ନିର୍ମାତାମାନେ ନିଜ ଏକ୍ସରେ ଟ୍ରେଲର ସେୟାର କରି ଲେଖିଛନ୍ତି ପାପର ରାଜ୍ୟରେ ଜଣେ ନୂତନ ଶାସକ ଆସୁଛନ୍ତି। କିଙ୍ଗଡମର ଟ୍ରେଲର ଏବେ ରିଲିଜ୍ ହୋଇଛି। ଏହି ଟ୍ରେଲରରେ ଜଣେ କିପରି ନିଜ ଭାଗ୍ୟକୁ ସେ ବଦଳାଉଛି ସେଇଟା ମଧ୍ୟ ଆପଣ ଦେଖିବାକୁ ପାଇବେ।