ଭୁବନେଶ୍ୱର: ଏଣିକି ଆଉ ରାଜସ୍ୱ କର୍ମଚାରୀମାନଙ୍କ ମନୋମୁଖୀ କାର୍ଯ୍ୟ ଚାଲିବ ନାହିଁ । ରାଜ୍ୟର ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ । ରାଜସ୍ୱ କର୍ମଚାରୀମାନେ ବାୟୋମେଟ୍ରିକ୍ ଆଙ୍ଗୁଠି ଛାପ ଦେଇ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବେ । ଯାହା ଦ୍ୱାରା କର୍ମଚାରୀମାନେ କେତେବେଳେ ଆସୁଛନ୍ତି, କେତେବେଳେ ଯାଉଛନ୍ତି ଏବଂ ମାସରେ କେତେ ଦିନ ଅପସ୍ଥିତ ଓ ଅନୁପସ୍ଥିତ ରହୁଛନ୍ତି ତାହା ସବୁ ରେକର୍ଡ ହୋଇପାରିବ । ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖିଛି ରାଜସ୍ୱ ବିଭାଗ ।
ଗତ ବର୍ଷ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅନେକ ରାଜସ୍ୱ କାର୍ଯ୍ୟାଳୟ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟାଳୟରେ କର୍ମଚାରୀ ଅନୁପସ୍ଥିତି ଦେଖିବା ପରେ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଯାହା ପରେ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି ।