ନୂଆଦିଲ୍ଲୀ: ଶେଖ ହସିନାଙ୍କ ସରକାର ପତନ ପରେ ବାଂଲାଦେଶରେ ଅନ୍ତରୀଣ ସରକାରକୁ ଗୋଟିଏ ବର୍ଷ ପୂରି ସାରିଛି । ଏହା ମଧ୍ୟରେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଦେଶର ନିର୍ବାଚନକୁ ନେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଗାମୀ ସଂସଦୀୟ ନିର୍ବାଚନ ଆସନ୍ତା ବର୍ଷ ଫେବୃଆରୀରେ ହେବ । ୟୁନୁସ ଛାତ୍ରଙ୍କ ନେତୃତ୍ୱାଧୀନ ସଂଗଠନର ଆନ୍ଦୋଳନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।
ୟୁନୁସ କହିଛନ୍ତି, ଅନ୍ତରୀଣ ସରକାରଙ୍କ ପକ୍ଷରୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖାଯିବ ଏବଂ ରମଜାନ ପୂର୍ବରୁ ୨୦୨୬ ଫେବୃଆରୀରେ ରାଷ୍ଟ୍ରୀୟ ନିର୍ବାଚନ କରାଯାଉ । ରମଜାନ ମାସ ଆସନ୍ତା ବର୍ଷ ଫେବୃଆରୀ ୧୭ କିମ୍ବା ୧୮ରୁ ଆରମ୍ଭ ହେବ । ଏହା ପୂର୍ବରୁ ବାଂଲାଦେଶରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ । ଫଳରେ ଏକ ବର୍ଷ ଧରି ବାଂଲାଦେଶରେ ଚାଲିଥିବା ଅନ୍ତରୀଣ ସରକାରର ପୂର୍ଣ୍ଣଛେଦ ପଡିବ ।
ସୂଚନାଯୋଗ୍ୟ, ବାଂଲାଦେଶର ଅନ୍ତରୀଣ ସରକାର ଯେଉଁଭଳି ଭାବେ ଆଗାମୀ ଲିଗ୍ ଉପରେ ପ୍ରହାର କରିଛି, ସେଥିରେ ବାଂଲାଦେଶରେ ଖାଲିଦା ଜିଆଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି(ବିଏନପି)ର ଆଧିପତ୍ୟ ରହିଛି । ଅନ୍ୟପଟେ ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିବା ଷ୍ଟୁଡେଣ୍ଟ ଏଙ୍ଗେଷ୍ଟ ଡିସ୍କ୍ରିମେସନ ମଧ୍ୟ ପାର୍ଟିର ଗଠନ କରିଛି । ଏହାର ନାଁ ନ୍ୟାସନାଲ ସିଟିଜନ ପାର୍ଟି(ଏନସିପି) ରଖାଯାଇଛି । ଫଳରେ ବାଂଲାଦେଶରେ ତ୍ରିମୁଖୀ ଲଢେଇ ହୋଇପାରେ ।