ମୁମ୍ବାଇ: ପୁଣି ଥରେ ଦୀର୍ଘ ୨୫ ବର୍ଷ ପରେ ଟେଲିଭିଜନ୍ ପରଦାକୁ ଫେରିଛି ତୁଲସୀ । "କ୍ୟୁଁ କି ଶାଶ୍ ଭି କଭି ବୋହୂ ଥୀ"ର ପ୍ରଥମ ଏପିସୋଡ୍ ଆରମ୍ଭ ହୋଇଯାଇଛି । ଆଉ ରାଜନୀତି ଦୁନିଆରୁ ଅଭିନୟ ଦୁନିଆକୁ ପୁଣି ଫେରଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅଭିନେତ୍ରୀ ସ୍ମୃତି ଇରାନୀ ।
ସ୍ମୃତିଙ୍କ ତୁଲସୀ ଚରିତ୍ର ପୂର୍ବ ଭଳି ରହିଛି । ଏହି ଚରିତ୍ରରେ ସ୍ମୃତିଙ୍କ ଅଭିନୟର ସମାନ ଯାଦୁ ରହିଛି । ନୂଆ ପୀଢ଼ୀଙ୍କୁ ସଂସ୍କାର ଦେବେ ତୁଲସୀ । ଚଳିତ ସିଜିନରେ କିଛିଟା ନୂଆ ଚରିତ୍ର ଏବଂ ନୂଆ ଚେହେରା ମଧ୍ୟ ରହିଛି । ତେବେ କିଛି ପୁରୁଣା ଅଭିନେତା ଏବଂ ଅଭିନେତ୍ରୀମାନେ ରହିଛନ୍ତି । ଯାହାକି ୨୫ ବର୍ଷ ପୂର୍ବରୁ ତୁଲସୀ ସହିତ ଯୋଡ଼ିଛି । ତଥାପି ଅନେକ ପୁରୁଣା କଳାକାରଙ୍କୁ ଏଥିରେ ଦେଖିବାକୁ ମିଳି ନାହିଁ । ସେତେବେଳେ ତୁଲସୀ ନିଜର ନୀତି, ଆଦର୍ଶ ଏବଂ ସଂସ୍କାରରେ ନିଜ ପରିବାରକୁ ଏକାଠି କରି ରଖିଥିବାବେଳେ ତାହା ବର୍ତ୍ତମାନ ଯାଏ କାୟମ ରହିଛି ।