୬୪ ବର୍ଷ ବୟସରେ ପାଦ ରଖିଲେ ଟଲିଉଡ଼ ସୁପରଷ୍ଟାର ନନ୍ଦମୁରୀ ବାଳକୃଷ୍ଣ। ତେବେ ନନ୍ଦମୁରୀ ତାଙ୍କ ଜନ୍ମଦିନ ପରିବାର ସହିତ କେକ କାଟି ବେଶ ଧୂମଧାମରେ ପାଳନ କରିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ନନ୍ଦମୁରୀଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଆଜି ନନ୍ଦମୁରୀଙ୍କ ଜନ୍ମଦିନ ଉପଲକ୍ଷେ ଫ୍ୟାନ୍ସ ମାନେ କହିଛନ୍ତି ଯେ ଏହି ବିଶେଷ ଅବସରରେ ଆମେ ତାଙ୍କ ଜୀବନର ଆଉ ଏକ ବର୍ଷ ପାଳନ କରୁଛୁ ଏବଂ ପରଦା ବାହାରେ ଚମତ୍କାର ଅଭିନୟ ଏବଂ ବିକାଶ ଦ୍ୱାରା ଚିହ୍ନିତ ଏକ ପ୍ରେରଣାଦାୟକ ଯାତ୍ରା ମଧ୍ୟ ପାଳନ କରୁଛୁ।
୧୦ ଜୁନ୍ ୧୯୬୦ ମସିହାରେ ଜନ୍ମ ଗ୍ରହଣ ଆକରିଥିଲେ ସୁପରଷ୍ଟାର ନନ୍ଦମୁରୀ ବାଳକୃଷ୍ଣ। ପିଲାଦିନରୁ ବାଳକୃଷ୍ଣଙ୍କର ଅଭିନୟ ପ୍ରତି ଆଗ୍ରହ ରହିଥିଲା। ଏଥିପାଇଁ ପାଠପଢା ସହିତ ସେ ଅଭିନୟର ଶିକ୍ଷା ମଧ୍ୟ ନେଉଥିଲେ। ତେବେ ନନ୍ଦମୁରୀ ଜଣେ ଭାରତୀୟ ଅଭିନେତା, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ରାଜନେତା ଯିଏ ତେଲୁଗୁ ସିନେମାରେ ତାଙ୍କର କାର୍ଯ୍ୟ ପାଇଁ ଜଣାଶୁଣା। ତେବେ ବାଲକୃଷ୍ଣ ୨୦୧୪ ମସିହାରୁ ହିନ୍ଦୁପୁର ନିର୍ବାଚନମଣ୍ଡଳୀରୁ ଆନ୍ଧ୍ର ପ୍ରଦେଶ ବିଧାନସଭାର ଜଣେ ନିର୍ବାଚିତ ସଦସ୍ୟ ହୋଇସାରିଛନ୍ତି। ତେବେ ୨୦୨୫ ମସିହାରେ ଭାରତ ସରକାର ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ଏପରିକି ବାଲକୃଷ୍ଣ ନିଜ ଅଭିନୟ ପାଇଁ ତିନୋଟି ରାଜ୍ୟ ନନ୍ଦୀ ପୁରସ୍କାର ଏବଂ ଏକ ଆଇଫା ପୁରସ୍କାର ମଧ୍ୟ ପାଇଛନ୍ତି।