ଅହମ୍ମଦାବାଦ: ଗୁଜୁରାଟର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ଏୟାର ଇଣ୍ଡିଆର B787 ଥିଲା । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ବିମାନଟି ଅହମ୍ମଦାବାଦର ମେଘାଣୀ ନଗରରେ ଏକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଏୟାର ଇଣ୍ଡିଆ ବିମାନଟି ଡାକ୍ତରୀ ହଷ୍ଟେଲ ଉପରେ ଖସି ପଡ଼ିଥିଲା । କୁହାଯାଉଛି ଯେ ବିମାନଟି ଦୁର୍ଘଟଣାଗସ୍ତ ହୋଇ ଯେଉଁ କୋଠା ଉପରେ ପଡ଼ିଥିଲା, ତାହା ଥିଲା ବିଜେ ମେଡିକାଲ କଲେଜ ହଷ୍ଟେଲ। ସେତେବେଳେ ପ୍ରାୟ ୫୦ରୁ ୬୦ ପିଲା ଖାଉଥିଲେ ।
ବିମାନ କ୍ରାସ୍ ପରେ ମେଡିକାଲ କ୍ୟାଣ୍ଟିନରେ ଏମବିବିଏସ ପିଲା ଏବଂ କିଛି ଇଣ୍ଟର୍ଣ୍ଣ ପିଲା ଖାଉଥିଲେ । ଆଉ ଠିକ୍ ଖାଇବା ବେଳେ ବିମାନ ଖସିଲା । ଯେଉଁଥିରେ ଏକାଧିକ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହି ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ଗୁଜୁରାଟର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ହଷ୍ଟେଲ ଉପରେ ବିମାନ କ୍ରାସ ହେବାରୁ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ କିଛି ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଜଣ ୟୁଜି ଡାକ୍ତର ଥିବାବେଳେ ଜଣେ ପିଜି ଡାକ୍ତର ରହିଥିବା ସୂଚନା ମିଳିଛି। ଏହି ବଡ଼ ଧରଣର ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ।
ଜାରି ରହିଛି ଅପଡେଟ…