ନୂଆଦିଲ୍ଲୀ: ଗୋଟିଏ ପିଲାର ଭ୍ରୂଣ ମହିଳାଙ୍କ ଗର୍ଭାଶୟରେ ବଢ଼ିଥାଏ । କିନ୍ତୁ ଆଶ୍ଚର୍ଯ୍ୟକର ଘଟଣା, ଜଣେ ମହିଳାଙ୍କ ଯକୃତ ବା ଲିଭରରେ ଭ୍ରୂଣ ବଢ଼ୁଥିବା ଦେଖାଯାଇଛି । ଯାହାକୁ ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଭାରତରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି ।
ଉତ୍ତର ପ୍ରଦେଶ ବୁଲନ୍ଦରସହରର ଜଣେ ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହିତ ଅତ୍ୟଧିକ ବାନ୍ତି କରିବାକୁ ଲାଗିଥିଲେ । ସେ ଡାକ୍ତରଙ୍କୁ ପାଖକୁ ଯାଇଥିଲେ । ଡାକ୍ତର ତାଙ୍କୁ ଏମ୍ଆରଆଇ ସ୍କାନିଂ କରିବାକୁ ପରାମର୍ଶ ଦେଇଥିଲେ । ମିରଟର ଏକ ଘରୋଇ କ୍ଲିନିକରରେ ରେଡିଓଲୋଜିଷ୍ଟ ଥିବା ଡାକ୍ତର କେକେ ଗୁପ୍ତା ଏମ୍ଆରଆଇ କରିଥିଲେ । ତେବେ ଏମ୍ଆରଆଇ ସ୍କାନିଂ ବେଳେ ଯାହା ଜଣାପଡ଼ିଥିଲା ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା । ମହିଳାଙ୍କ ଗର୍ଭାଶୟ ବଦଳରେ ଯକୃତରେ ଏକ ଭ୍ରୂଣ ବଢ଼ୁଥିବାର ରିପୋର୍ଟରୁ ଜଣାପଡ଼ିଥିଲା । ଭାରତରେ ଏହା ପ୍ରଥମ ଘଟଣା ହୋଇଥିବାବେଳେ ବିଶ୍ୱରେ ଅଷ୍ଟମ ଘଟଣା ବୋଲି କୁହାଯାଉଛି ।
ରେଡିଓଲୋଜିଷ୍ଟ କେକେ ଗୁପ୍ତା କହିଛନ୍ତି, ଯେତେବେଳେ ସ୍କାନରେ ଏହାକୁ ଦେଖିଲି, ନିଜ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ଭ୍ରୂଣଟି ଯକୃତର ଡାହାଣ ପାର୍ଶ୍ୱରେ ରହିଛି । ନିଜର କାର୍ଯ୍ୟକାଳ ମଧ୍ୟର ଏଭଳି ଘଟଣା ସେ କେବେ ଦେଖି ନାହାଁନ୍ତି ବୋଲି କହିଛନ୍ତି । ରେଡ଼ିଓଲୋଜିଷ୍ଟଙ୍କ ରିପୋର୍ଟ ମୁତବାକ ଭ୍ରୂଣଟିକୁ ୧୨ ସପ୍ତାହ (୨ ମାସ)ର ଅଟେ । ତାର ହୃଦ ସ୍ପନ୍ଦନ ମଧ୍ୟ ଅଛି । ସେ ଆହୁରି ମଧ୍ୟ କହିଛନ୍ତି ଲିଭର୍ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି ।
ଏକ୍ଟୋପିକ୍ ପ୍ରେଗ୍ନେସି
ଏହାକୁ ମେଡ଼ିକାଲ ସାଇନସ୍ ଭାଷାରେ ଏକ୍ଟୋପିକ୍ ପ୍ରେଗ୍ନେସି ବା ଅସ୍ଥାୟୀ ଗର୍ଭାବସ୍ଥା କୁହାଯାଇଥାଏ । ଏହାର ଅର୍ଥ ଭ୍ରୂଣଟି ଗର୍ଭାଶୟ ବଦଳରେ ଲିଭରରେ ବଢ଼ିଥାଏ । ତେବେ ଏହା ଗର୍ଭବତୀଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ । ଏକାଧିକବାର ଅସ୍ତ୍ରୋପଚାର ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ ଏବଂ ଲିଭର୍ ଆବଶ୍ୟକଠାରୁ ରକ୍ତ ଜମା ହୋଇଥାଏ । ଯାହାକି ଜୀବନ ପ୍ରତି ବିପଦ ଆଣିଥାଏ । ବିଶ୍ୱରେ ମାତ୍ର ୭ଟି ଘଟଣା ଘଟିଛି । ଅର୍ଥାତ ୦.୦୩ ପ୍ରତିଶତ । ୟୁନାଇଟେଡ୍ ଷ୍ଟେଟସ୍, ଚୀନ ଏବଂ ନାଇଜେରିଆରେ ଏଭଳି ବିରଳ ଗର୍ଭାବସ୍ଥା ଦେଖିବାକୁ ମିଳିଛି ।