ସତନା: ମଧ୍ୟପ୍ରଦେଶର ସତନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ନିଲାଂଶୁ ଚତୁର୍ବେଦୀଙ୍କ ଘରେ କାମ କରୁଥିବା ଜଣେ ୨୪ ବର୍ଷୀୟା ମହିଳା ମଙ୍ଗଳବାର ଦିନ ଏକ ପିସ୍ତଲରୁ ଗୁଳି ଫୁଟାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳା ଯେଉଁ ଅସ୍ତ୍ରରେ ନିଜକୁ ଗୁଳି କରିଛନ୍ତି ତାହା ଚତୁର୍ବେଦୀଙ୍କ ପତ୍ନୀଙ୍କ ନାମରେ ଲାଇସେନ୍ସପ୍ରାପ୍ତ ଥିଲା। ମୃତ ମହିଳା ସୁମନ ନିଷାଦ ଏବଂ ତାଙ୍କ ମାଆ ଗତ କିଛି ବର୍ଷ ଧରି ଚିତ୍ରକୁଟ ଥାନା ଅଞ୍ଚଳରେ ନେତାଙ୍କ ଘରେ କାମ କରୁଥିଲେ।
ପୋଲିସ କହିଛି ଯେ ମହିଳାଙ୍କ ବିବାହ ସ୍ଥିର ହୋଇଥିଲା। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ସେ ଫୋନ୍ରେ କାହା ସହିତ କଥା ହେଉଥିଲେ, ଯାହା ତାଙ୍କ ମା’ଙ୍କୁ ବିରକ୍ତ କରିଥିଲା।
ସେ କହିଛନ୍ତି ଯେ ମହିଳାଙ୍କ ଜୀବନ ହାରିବା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଦଳ ଘଟଣାସ୍ଥଳ ତଦନ୍ତ କରି ପ୍ରମାଣ ସଂଗ୍ରହ କରିଛି। ଅଧିକାରୀ କହିଛନ୍ତି ଯେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଘଟଣା ସହିତ ଜଡିତ ପ୍ରତ୍ୟେକ ଦିଗର ତଦନ୍ତ ଆରମ୍ଭ କରିଛି।
ସେ ବିଧାୟକଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ଆତ୍ମହତ୍ୟା କରିଛନ୍ତି। ବନ୍ଧୁକର ଶବ୍ଦ ଶୁଣି ଘରେ ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପ୍ରଥମ ଦୃଷ୍ଟିରୁ ଏହା ଆତ୍ମହତ୍ୟାର ଘଟଣା ବୋଲି ମନେ ହେଉଛି, କିନ୍ତୁ କାରଣ ଏବଂ ପରିସ୍ଥିତିର ତଦନ୍ତ କରାଯାଉଛି।
କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ନୀଳାଂଶୁ ଚତୁର୍ବେଦୀ କହିଛନ୍ତି, ମୃତକ ବହୁ ବର୍ଷ ଧରି ଆମ ସହିତ କାମ କରୁଥିଲେ। ସେ ଜାଣିଥିଲେ କେଉଁ ଜିନିଷ କେଉଁଠି ରଖାଯାଇଛି। ପିସ୍ତଲଟି ଲାଇସେନ୍ସପ୍ରାପ୍ତ ଥିଲା। ବାକି ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସ କହିଛି ଯେ, ଦୁଇ ମାସ ପରେ ଯୁବତୀଙ୍କର ବିବାହ ଥିଲା।