ପାରାଦୀପ : ଦିନକୁ ଦିନ ବଢିଚାଲିଛି ଅନଲାଇନ୍ ଗେମ ସମସ୍ୟା। ଏହି ଗେମ ଯୋଗୁ ଚାଲିଗଲାଣି ଅନେକ ନିରୀହ ଜୀବନ। ସେହିପରି ମୋବାଇଲ୍ ରେ ଅନଲାଇନ ଗେମ୍ ଖେଳୁଥିବା ବେଳେ ବେକରେ ରଶି ଲଗାଇ ଜୀବନ ହରିଛନ୍ତି ଜଣେ ଯୁବକ। କୁଜଙ୍ଗ ଥାନା ଅନ୍ତର୍ଗତ ସନ୍ତରା ଗ୍ରାମର ଦୁଃଖଦ ଘଟଣା। ମୃତକ ହେଲେ ସନ୍ତରା ଗ୍ରାମର ବାବୁଲା ପରିଡାଙ୍କ ପୁଅ ଦୂର୍ଗାଦତ ପରିଡ଼ା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁସାରେ, ସନ୍ତରା ଗ୍ରାମର ବାବୁଲା ପରିଡାଙ୍କ ପୁଅ ଦୂର୍ଗାଦତ ପରିଡ଼ା ସବୁବେଳେ ମୋବାଇଲ୍ ରେ ଅନଲାଇନ୍ ଗେମ୍ ଖେଳନ୍ତି। ସବୁଦିନ ପରି ଆଜି ମଧ୍ୟ ମୋବାଇଲରେ ଗେମ୍ ଖେଳୁଥିଲେ। କିଛି ସମୟ ପରେ ଏକ ରଶିରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଦୂର୍ଗାଦତକୁ ଉଦ୍ଧାର କରି କୁଜଙ୍ଗ ଥାନାକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ କୁଜଙ୍ଗ ଥାନା ପୋଲିସ ପହଁଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।