ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସର୍ବୋଚ୍ଚ ଅଦାଲତରୁ ଆଶ୍ୱସ୍ତି ମିଳିଛି । ଶାରୀରିକ ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ଅଦାଲତ ।
ବିଚାରପତି ଏମ୍ଏମ୍ ସୁନ୍ଦ୍ରେଶ ଏବଂ ବିଚାରପତି ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ମଞ୍ଜୁରି ପ୍ରଦାନ କରିଛନ୍ତି । କୋର୍ଟଙ୍କ ସର୍ତ୍ତ ମୁତାବକ ସେ ତାଙ୍କ ଅନୁଗାମୀଙ୍କ ସହ ସାକ୍ଷାତ କରିପାରିବେ ନାହିଁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରି ପାରିବେ ନାହିଁ ।
୨୦୧୩ରେ ନାବାଳିକା ବଳାତ୍କାର ମାମଲାରେ ଜେଲରେ ସଜା କାଟୁଛନ୍ତି ଆଶାରାମ ବାପୁ । ୨୦୧୮ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ବର୍ତ୍ତମାନ ସେ ହୃଦ ରୋଗରେ ପୀଡ଼ିତ ହୋଇଛନ୍ତି । ଏମିତିକି ତାଙ୍କୁ ଥରେ ହୃଦ ଘାତ ହୋଇସାରିଛି । ପୁନେ ଏବଂ ଯୋଧପୁର ଏମ୍ସ ମେଡ଼ିକାଲରେ ତାଙ୍କର ଚିକିତ୍ସା ହୋଇଥିଲା ।