ମୁମ୍ବାଇ: ବହୁ ଚର୍ଚ୍ଚିତ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଧିକିଙ୍କ ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି । ମୁମ୍ବାଇ ପୋଲିସ ୪,୫୯୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ୨୯ ଜଣ ଅଭିଯୁକ୍ତ ନାମ ଉଲ୍ଲେଖ ରହିଥିବାବେଳେ ୨୬ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି ।
ଗ୍ୟାଙ୍ଗ୍ ଷ୍ଟାର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇର ନାମ ରହିଛି । ନିଜର ଦବଦବା ଜାହିର କରିବାକୁ ବାବା ସିଦ୍ଧିକିଙ୍କୁ ଟାର୍ଗେଟ୍ କରାଯାଇଥିବା ଚାର୍ଜସିଟରେ ଦର୍ଶାଇଯାଇଛି । ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ (ଏମସିଓସୀ) ଅଧିନିୟମ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି ।
୨୦୨୪ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇର ବାନ୍ଦ୍ରାରେ ୬୬ ବର୍ଷୀୟ ବାବା ସିଦ୍ଧିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ବିଷ୍ଣୋଇ ଗ୍ୟାଙ୍ଗ୍ ସାମିଲ ଥିବା ମୁମ୍ବାଇ ପୋଲିସ ସ୍ପଷ୍ଟ କରିଥିଲା ।