ବାରିପଦା: ସମଗ୍ରଶିକ୍ଷା,ମୟୂରଭଞ୍ଜ ଆନୁକୁଲ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦା ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାସୀ ଭାରତୀୟଙ୍କ ସଫଳତା ଓ ଭାରତର ପ୍ରଗତିରେ ସେମାନଙ୍କର ଅବଦାନ ପ୍ରସଙ୍ଗକୁ ନେଇ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରଯାଇଥିଲା । ଜିଲ୍ଲାର ପ୍ରତି ବ୍ଲକରୁ କୃତି ପ୍ରତିଯୋଗୀ ମାନେ ଜିଲ୍ଲାସ୍ତରରେ କୁଇଜ, ପୋଷ୍ଟର ପ୍ରସ୍ତୁତି, ପ୍ରବନ୍ଧ ଲିଖନ ଓ ସାଇକେଲ ଚାଳନା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥିଭାବେ ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବାରିପଦା ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ବାସନ୍ତୀ ଟୁଡୁ ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାଙ୍କ ଉଦବୋଧନରେ ଭାରତର ପ୍ରଗତିରେ ପ୍ରବାସୀ ଭାରତୀୟ ମାନଙ୍କର ଅବଦାନ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ଏହା ଏକ ସୁନ୍ଦର କାର୍ଯ୍ୟକ୍ରମ ଯେଉଁଥିରେ ଭାରତ ସମଗ୍ର ବିଶ୍ଵକୁ ଏକତା ସୂତ୍ରରେ ବାନ୍ଧି ସମସ୍ତ ପ୍ରବାସୀ ଭାରତୀୟ ମାନଙ୍କୁ ଏକତ୍ରିତ କରି ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଥା ଉପସ୍ଥାପନ କରିଥିଲେ । ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବୈଜ୍ଞାନିକ ତଥା ପ୍ରବାସୀ ଭାରତୀୟ ଶ୍ରୀଯୁକ୍ତ ଶୁଭାଶିଷ ଚାଟାର୍ଜୀ ଯୋଗଦାନ କରିଥିଲେ । ପ୍ରବାସୀ ଭାରତୀୟ ମାନେ ନିଜ ଦେଶକୁ ଫେରି ଭାରତର ବିକାଶରେ ସାମିଲ ହେବା ଭାରତ ପାଇଁ ଶୁଭଙ୍କର ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ଉଭୟ ଉଦଘାଟନୀ ଓ ଉଦଯାପନୀ ସଭାରେ ଆଦିବାସୀ ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକରୁ ୧୮୨ ଜଣ ପ୍ରତିଯୋଗୀ ୭ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ଅଷ୍ଟମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ବର୍ଗର ପୋଷ୍ଟର ପ୍ରସ୍ତୁତିରେ ଦିପ୍ତିରେଖା ଜେନା, ୟୁ.ଏନ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନଳଗଜା, ରାସଗୋବିନ୍ଦପୁର ତୃତୀୟ ସ୍ଥାନ, ମୋନାଲିସା ଦତ୍ତ, ଜି.ଏମ.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଷ୍ଠା, ଶୂଳିଆପଦା ଦ୍ଵିତୀୟ ସ୍ଥାନ, ଭାରତୀ ଦାସ, ଓଡିଶା ଆଦର୍ଶ ବିଦ୍ୟାଳୟ, ଦିଗଧର, ଠାକୁରମୁଣ୍ଡା ପ୍ରଥମ ସ୍ଥାନ, କୁଇଜରେ, ପବିତ୍ରା ମହାନ୍ତ, ବାବା ଜଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୋରଡ଼ା ତୃତୀୟ ସ୍ଥାନ, ସାଇସଂଗୀତା ମହାକୁଡ, ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାରିପଦା ଦ୍ଵିତୀୟ ସ୍ଥାନ, ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝାଡଗାଁ, ବହଳଦା ପ୍ରଥମ ସ୍ଥାନ, ସାଇକେଲ ଚାଳନାରେ ତପନ କୁମାର ମଲ୍ଲିକ, ମେଘାସନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୁଦଡ଼ିହା, କପ୍ତିପଦା ତୃତୀୟ ସ୍ଥାନ, ପ୍ରିୟ ଶଙ୍କର ହାଁସଦା, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟା ଦ୍ଵିତୀୟ ସ୍ଥାନ, ଫଗଳା ସୋରେନ, ଉତ୍କଳ ବନାନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚକଶୂଳିଆପଦା, ଶୂଳିଆପଦା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ନବମ ଓ ଦଶମ ଶ୍ରେଣୀ ବର୍ଗର ପୋଷ୍ଟର ପ୍ରସ୍ତୁତିରେ ଝାନସି ମହାନ୍ତ, ଦ୍ଵାରସୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଙ୍ଗିରିପୋଷି ତୃତୀୟ ସ୍ଥାନ, ପୂର୍ବୀ ଦେ, ସରକାରୀ ଉଚ୍ଚ ବିଦ୍ୟାଳୟ, ହାଟବାଦଡା, କୁସୁମୀ ଦ୍ଵିତୀୟ ସ୍ଥାନ, ଅର୍ପିତା ଅଧିକାରୀ, ସରକାରୀ ଉଚ୍ଚ ବିଦ୍ୟାଳୟ, କୋଷ୍ଠା, ଶୂଳିଆପଦା ପ୍ରଥମ ସ୍ଥାନ, ପ୍ରବନ୍ଧ ଲିଖନରେ ଯମୁନା ମହାନ୍ତ, ସରକାରୀ ଉଚ୍ଚ ବିଦ୍ୟାଳୟ, ଠାକୁରମୁଣ୍ଡା ତୃତୀୟ ସ୍ଥାନ, ପ୍ରିୟଙ୍କିତ ପସା, ସେଣ୍ଟ ଯୋଶେଫସ କନଭେଣ୍ଟ ସ୍କୁଲ, ଉଦଳା ଦ୍ଵିତୀୟ ସ୍ଥାନ, ଅନ୍ଵେଷା ଦାସ, ଦ୍ଵାରସୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଙ୍ଗିରିପୋଷି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଅଷ୍ଟମ ଶ୍ରେଣୀ ବର୍ଗର ପୋଷ୍ଟର ପ୍ରସ୍ତୁତିରେ ସସ୍ମିତା ଗିରି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଲେଇକୁଣ୍ଡି, ଶୁକ୍ରୁଳି ତୃତୀୟ ସ୍ଥାନ, ଦିବ୍ୟାଶା ବେହେରା, ଆର.ଏ. ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ବାରିପଦା, ଗୋପବନ୍ଧୁନଗର ଦ୍ଵିତୀୟ ସ୍ଥାନ, ଦିକୁ ସୋରେନ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗାରପଦା, କୁସୁମୀ ପ୍ରଥମ ସ୍ଥାନ, ପ୍ରବନ୍ଧ ଲିଖନରେ ଅର୍ପିତା ଦାସ, ଆର.ଏ. ସରକାରୀ ଉଚ୍ଚ ବିଦ୍ୟାଳୟ, ପୁରୁଣା ବାରିପଦା, ଗୋପବନ୍ଧୁନଗର ତୃତୀୟ ସ୍ଥାନ, ଶୈବାଳିନୀ ମିଶ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅମର୍ଦା, ରାସଗୋବିନ୍ଦପୁର ଦ୍ଵିତୀୟ ସ୍ଥାନ, ମନସ୍ଵିନୀ ଅଭିଲିପ୍ସା ମହାପାତ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ, ଜୁଆଳିଆ, ଉଦଳା ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।
ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଆଦିବାସୀ ଶିକ୍ଷା ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ପୃଷ୍ଟି, ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ, ଶ୍ରୀଯୁକ୍ତ ନିରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହରେନ୍ଦ୍ର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସତ୍ୟ ନାରାୟଣ ନାୟକ, ସନ୍ତୋଷ କୁମାର ସାହୁ, ଗୋପାଳ ବାରିକ, ଶାନ୍ତନୁ ପ୍ରଧାନ, ଦିଲ୍ଲୀପ କୁମାର ଘୋଷ, ପୁଲକ ଚନ୍ଦ୍ର ମହାନ୍ତ, ଗରେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଗଣେଶ ବେହେରା ଶିକ୍ଷୟିତ୍ରୀ ପଦ୍ମିନୀ ପାଢୀ, ଜ୍ୟୋତି କର୍ମକାର, ମୌସୁମୀ ଦୀକ୍ଷିତ, ମିନର୍ଭା ଦାସ, ରାଜେଶ କୁମାର ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ ।