ନୂଆଦିଲ୍ଲୀ: ଗତ ବର୍ଷ ଜାତୀୟ ରାଜଧାନୀରେ ଗଣ ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ଓଡ଼ିଆ ଯୁବତୀଙ୍କ ମାମଲାରେ ଦିଲ୍ଲୀ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ୪୦୦ ପୃଷ୍ଠାର ଅଧିକା ଚାର୍ଜସିଟ୍ ୩ ଜଣ ଅଭିଯୁକ୍ତ ରହିଛନ୍ତି, ସେମାନେ ହେଲେ କବାଡ଼ି ଦୋକାନରେ କାମ କରୁଥିବା ପ୍ରମୋଦ ବାବୁ, ଦିବ୍ୟାଙ୍ଗ ଭିକାରୀ ମୋହମ୍ମଦ ଶମଶୁଲ ଏବଂ ଅଟୋ ଡ୍ରାଇଭର ପ୍ରଭୁ ମହତୋ । ମାମଲାରେ ୩୨ ଜଣ ସାକ୍ଷ୍ୟ ରହିଥିବାବେଳେ ସେଥି ମଧ୍ୟରୁ ୨୦ ଜଣ ପୋଲିସ କର୍ମଚାରୀ ରହିଛନ୍ତି । ମାମଲାର ତଦନ୍ତ ବେଳେ ୭୦୦ଟି ସିସିଟିଭି କ୍ୟାମେରାରୁ ଯାଞ୍ଚ କରାଯାଇଥିବା ଉଲ୍ଲେଖ ରହିଛି ।
ଅକ୍ଟୋବର ୧୦, ୨୦୨୪ ରାତିରେ କବାଡ଼ି ଦୋକାନରେ କାମ କରୁଥିବା ପ୍ରମୋଦ ବାବୁ ଓ ତାର ଦିବ୍ୟାଙ୍ଗ ସାଥୀ ମୋହମ୍ମଦ ଶମଶୁଲ ନିଶା ଶକ୍ତ ଅବସ୍ଥାରେ ଆଇଟିଓ ମେଟ୍ରୋ ଷ୍ଟେସନ ନିକଟରେ ମାନସିକ ବିକାରଗ୍ରସ୍ତ ଓଡ଼ିଆ ଯୁବତୀକୁ ଦେଖିଥିଲେ । ଦୁଇ ଜଣ ଯୁବତୀକୁ ଏକାକୀ ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ । ଯୁବତୀକୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ଏହି ସମୟରେ ସେମାନଙ୍କୁ ଦେଖିଥିଲା ଅଟୋ ଡ୍ରାଇଭର ପ୍ରଭୁ ମହତୋ । ଡ୍ରାଇଭର ପ୍ରଭୁ ଯୁବତୀଙ୍କୁ ରକ୍ଷା କରିବା ବଦଳରେ ସେମାନଙ୍କ ସହିତ ମିଶି ରାକ୍ଷସ ପାଲଟି ଯାଇଥିଲା । ସମସ୍ତ ମିଳିମିଶି ଯୁବତୀ ଜଣଙ୍କୁ ଯୌନ ନିର୍ୟ୍ୟାତନା ଦେବା ସହିତ ଗଣ ଦୁଷ୍କର୍ମ କରିଥିଲେ ।
ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପ୍ରାୟ ୭୦୦ରୁ ଅଧିକ ସିସିଟିଭି କ୍ୟାମେରା ଛାନଭିନ କରିବା ପରେ ଅଭିଯୁକ୍ତଙ୍କ ଟେର୍ ପାଇଥିଲା ପୋଲିସ । ଏକ ସିସିଟିଭି ଫୁଟେଜରେ ଏକ ଅଟୋରୁ ଯୁବତୀକୁ ଦୁର୍ବୃତ୍ତମାନେ ଫୋପାଡ଼ି ଚାଲିଯାଉଥିବା ଦେଖାଯାଇଥିଲା । ତେବେ ଅଟୋର ନମ୍ବର ସ୍ପଷ୍ଟ ଦିଶୁ ନ ଥିବାରୁ ପ୍ରାୟ ୧୫୦ ଅଟୋକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା । ଗୋଟି ଗୋଟି କରି ୧୫୦ ଅଟୋକୁ ପୋଲିସ ଯାଞ୍ଚ କରିଥିଲା । ଏହା ପରେ ଅଟୋ ଚାଳକ ଏବଂ ଅଟୋର ପତ୍ତା ଲଗାଇଥିଲା ପୋଲିସ । ତେବେ ଆଶ୍ଚର୍ୟ୍ୟଜନକ କଥା ହେଉଛି ଦୁଇ ଅଭିଯୁକ୍ତଙ୍କୁ ଅଟୋ ଚାଳକୁ ପ୍ରଭୁ ଜାଣି ନ ଥିଲା । ସେଦିନ ରାତିରେ ସେମାନଙ୍କୁ ଦେଖି ସେ ବି ଏହି ପାପର ଭାଗୀଦାରୀ ହୋଇଥିଲା ବୋଲି କହିଛି ।
ଚାର୍ଜସିଟରେ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟକର୍ମୀ ଏବଂ ଜଣେ ମହିଳା କନଷ୍ଟେବଳଙ୍କ ବିଷୟରେ ଉଲ୍ଲେଖ କରାଯାଇଛି । ଜଣେ ସାମାଜିକ କର୍ମୀ ଭାବରେ ତାଙ୍କର ଯୁବତୀଙ୍କର ଯତ୍ନ ନେଉଥିଲେ ସେ ବିଷୟରେ ପୋଲିସ ମଧ୍ୟ ଉଲ୍ଲେଖ କରିଛି । ଜଣେ ଓଡ଼ିଆ ଅନୁବାଦକଙ୍କ ସାହାଯ୍ୟରେ ଯୁବତୀଙ୍କ ସହିତ କଥାବାର୍ତ୍ତା କରିବାରେ ସହଜ ହୋଇଥିଲା । ଯେତେବେଳେ ପୀଡିତାଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସଂଖ୍ୟା ବିଷୟରେ ପଚରାଗଲା, ମହିଳା ଜଣକ ଆଙ୍ଗୁଳି ଉଠାଇ ତିନି ଜଣଙ୍କୁ ସୂଚାଇ ଦେଇଥିଲେ । ଏହା ପରେ ସେ ଲେଡି କନଷ୍ଟେବଳ ଏବଂ ଓଡିଆ ଅନୁବାଦକଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ ସେମାନଙ୍କ ମଧ୍ୟରୁ ଜଣେ ଅକ୍ଷମ ଏବଂ ସେମାନେ ଏକ ଅଟୋ ରିକ୍ସା ବ୍ୟବହାର କରିଥିଲେ।