ଭୁବନେଶ୍ୱର: ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ଆଜି ଭୁବନେଶ୍ବରରେ ଅପରାହ୍ଣ ୪ଟା ୩୫ରେ ବିମାନବନ୍ଦରରେ ପହଞ୍ଚିବେ ମହାମହିମ। ପ୍ରବାସୀ ଭାରତୀୟ ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖି ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଜାରି କରାଯାଇଛି। ସେହିପରି ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ସକାଳ ୧୦ଟାରେ ଜନତା ମୈଦାନରେ ୪ଟି ପ୍ରଦର୍ଶନୀର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବାସୀ ଭାରତୀୟ ଏକ୍ସପ୍ରେସର ରିମୋଟ୍ ମାଧ୍ୟମରେ ଶୁଭାରମ୍ଭ ଏବଂ ପ୍ରମୋସନାଲ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହାସହିତ ସମସ୍ତ ପ୍ରବାସୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।