ମୁମ୍ବାଇ: ଅଫିସ୍ ପାର୍କିଂରେ ସହକର୍ମୀଙ୍କୁ ହତ୍ୟା । ସମସ୍ତଙ୍କ ସାମ୍ନାରେ ଛୁରୀ ଭୁଷି ହତ୍ୟା କରାଯାଇଛି । ଏମିତି ଏକ ଘଟଣା ଘଟିଛି ମୁମ୍ବାଇର ପୁନେ ସହରରେ । ପୁନେରେ ଏକ କଲ ସେଣ୍ଟରରେ କାମ କରୁଥିବା କମ୍ପାନୀରେ ଜଣେ ଯୁବତୀଙ୍କୁ ପାର୍କିଂ ଭିତରେ ସମସ୍ତଙ୍କ ସାମ୍ନାରେ ଦିନ ଦ୍ୱିପ୍ରହରରେ ତାଙ୍କ ସହକର୍ମୀ ଯୁବକ ଛୁରି ଭୁଷି ହତ୍ୟା କରିଛନ୍ତି ।
ତେବେ ହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ କୃଷ୍ଣ କନୋଜା । ତେବେ ଅଭିଯୁକ୍ତଙ୍କ କହିବା ମୁତାବିକ, ମୃତ ମହିଳା ଜଣକ ତାଙ୍କ ଠାରୁ ବାପା ଅସୁସ୍ଥ ଥିବା କହି ଟଙ୍କା ଉଧାର ନେଇଥିଲେ । ହେଲେ ସେ ଟଙ୍କା ଆଉ ଫେରାଉ ନଥିଲେ । ଏନେଇ ବାରମ୍ବାର ମାଗିବାରୁ ଶେଷରେ ମହିଳା ଜଣଙ୍କ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ସେପଟେ ମୃତ ମହିଳାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଏବଂ ମିଛ କହି ସେ ଟଙ୍କା ନେଇଥିବା ଜାଣି ରାଗି ଯାଇଥିଲେ ସହକର୍ମୀ ।
ମଙ୍ଗଳବାର ଅଭିଯୁକ୍ତ ଜଣକ ମୃତ ମହିଳାଙ୍କୁ ଅଫିସ୍ ପାର୍କିଂଙ୍କୁ ଡାକିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ବିବାଦ ହତ୍ୟାର ରୂପ ନେଇଥିଲା । ସମସ୍ତଙ୍କ ସାମ୍ନାରେ ଅଭିଯୁକ୍ତ ତାଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲା, ଯାହାର ସିସିଟିଭି ଭିଡିଡ଼ ଏବେ ସାମ୍ନାକୁ ଆସିଛି । ସେପଟେ ପୋଲିସ ଘଟଣା ପରେ ଅଭିଯୁକ୍ତକୁ ଗିରଫ କରିଛି ।