ପଞ୍ଜାବ: ରାମଙ୍କ ଭକ୍ତିରେ ବିଭୋର କୁନି ଭକ୍ତ । ରାମଲାଲାଙ୍କୁ ଦେଖିବାକୁ ସେ ୧୦୦୦ କିଲୋମିଟର ଦୌଡ଼ିଛି । ଶେଷରେ ଦୌଡି ଦୌଡି ସେ ଆସି ଅଯୋଧ୍ୟାରେ ପହଞ୍ଚିଛି । ଏମିତି ଜଣେ କୁନି ଭକ୍ତ ହେଉଛନ୍ତି ପଞ୍ଜାବର ୬ ବର୍ଷୀୟ ମୋହବତ ।
ମହୋବତଙ୍କ ଘର ହେଉଛି ପଞ୍ଜାବର ଫାଜିଲକା ଜଲାର କିଲିଆନୱାଲି ଗାଁରେ । ତେବେ ଅଯୋଧ୍ୟା ଆସି ସ୍ୱଚକ୍ଷୁରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଦେଖିଥିବା ସ୍ୱପ୍ନ ସେ ପୂରା କରିଛି । ନିଜ ସ୍ୱପ୍ନ ପୂରା କରି ଅଯୋଧ୍ୟାରେ ପହଞ୍ଚିବାକୁ ତାକୁ ଲାଗିଛି ୪୩ ଦିନ । ୬ ବର୍ଷୀୟ ବାଳକ ମନରେ ରାମଭକ୍ତି ଦେଖି ଚାରୁଆଡୁ ପ୍ରଂଶସା କରାଯାଉଛି ।