ଝାଡ଼ଖଣ୍ଡ: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ରାଜ୍ୟପାଳ ପଦ ଛାଡିବା ପରେ ଏବେ ନିଜ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି । ଆସନ୍ତାକାଲି ସେ ପୁଣି ଥରେ ରାଞ୍ଚିରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବେ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ସଦସ୍ୟତା ଗ୍ରହଣ କରିବା ପରେ ସେ ବୈଦନାଥ ମନ୍ଦିର, ରାଜାରପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣକୁ ନେଇ ପୂର୍ବ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ପାର୍ଟିର ଶୀର୍ଷ ନେତୃତ୍ୱ ଓ ସଙ୍ଗଠନ ତାଙ୍କୁ ଯାହା ଦାୟିତ୍ୱ ଦେବେ, ତାହା ସେ ତୁଲାଇବେ । ତେବେ ରାଜ୍ୟପାଳରୁ ସିଧା ରାଜନୀତିରେ ଏଣ୍ଟି୍ରି ନେଇ ସେ କହିଛନ୍ତିି, ନିଜକୁ ସେ କେବେବି ଗୋଟିଏ କ୍ଷେତ୍ରରେ ବାନ୍ଧି ରଖି ନାହାନ୍ତି, ରାଜ୍ୟପାଳ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ, ସବୁବେଳେ ସେ ଲୋକଙ୍କୁ ସେବା କରିବାକୁ ଇଚ୍ଛୁକ ରହି ଆସିଛନ୍ତିି ।
ଓଡ଼ିଶା ରାଜ୍ୟପାଳ ଭାବେ ରଘୁବର ଦାସଙ୍କ କାର୍ଯ୍ୟକାଳ ରହିଥିଲା ୧୪ ମାସ । ତେବେ ନିଜ କାର୍ଯ୍ୟକାଳ ସମୟରେ ସେ ଲୋକଙ୍କ ପାଇଁ ନିଜ ରାଜଭବନର ଦ୍ୱାରା ଖୋଲା ରଖିଥିବା କହିଛନ୍ତି । ଏଥିସହ ସେ ସର୍ବଦା ଲୋକଙ୍କ ସହ ଯୋଡିହେବା, ଲୋକଙ୍କୁ ସାହାର୍ଯ୍ୟ ମନୋବୃତି ଥିବାରୁ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟକରିବାକୁ ଇଚ୍ଛୁକ ଥିବାରୁ ରାଜ୍ୟପାଳ ପଦ ଛାଡି ଝାଡଖଣ୍ଡ ଫେରିଥିବା କହିଛନ୍ତି ।