ମୁମ୍ବାଇ: ପରଲୋକରେ ଫିଲ୍ମମେକର ତଥା ବରିଷ୍ଠ ସାମ୍ବାଦିକ ପ୍ରୀତିଶ ନନ୍ଦୀ । ହୃଦରୋଗରେ ତାଙ୍କ ମୃତୁ୍ୟ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତୁ୍ୟକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ବଲିଉଡକୁ ସେ ଭେଟିଦେଇଛନ୍ତି ଅନେକ ସୁପରହିଟ୍ ସିନେମା । ତାଙ୍କ ଫିଲ୍ମ ମଧ୍ୟରେ ରହିଛି ସୁର, କାଣ୍ଟେ, ଝଙ୍କାର ବିଟ୍ସ, ହଜାରୋଁ ଖ୍ୱାଇସେଁ ଏସି, ଚାମେଲି, ପ୍ୟାର କା ସାଇଡ଼ ଇଫେକ୍ଟ ଭଳି ଏକାଧିକ ସୁପରହିଟ୍ ସିନେମା ।
ଫିଲ୍ମ ମେକର୍ସ ସାଙ୍ଗକୁ ପ୍ରୀତିଶ ନନ୍ଦୀ ଭାରତୀୟ ଗଣମାଧ୍ୟମ ଓ କଳା ସଂସ୍କୃତି କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। ୧୯୯୮ରେ ପ୍ରୀତିଶ ନନ୍ଦୀ ମହାରାଷ୍ଟ୍ରରୁ ଶିବସେନା ଟିକେଟ୍ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସାମ୍ବାଦିକତା ଜୀବନରେ ଫଟାଇମ୍ସ ଅଫ୍ ଇଣ୍ଡିଆ'ର ପ୍ରକାଶନ ନିର୍ଦ୍ଦେଶକ ଥିଲେ।