ଭୁବନେଶ୍ୱର : ଗୁରୁବାର ବହୁଚର୍ଚ୍ଚିତ ବଣ୍ଟି ଔର ବବଲି ଯୋଡି ହଂସିକା ଏବଂ ଅନିଲଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରିଛି ସ୍ପେଶାଲ କ୍ରାଇମ ୟୁନିଟ। ଝାରପଡ଼ା ଜେଲରୁ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରୀ ଯାଞ୍ଚ ପରେ ଉଭୟଙ୍କୁ ଠକେଇ ମାମଲାର ଖୋଳତାଡ଼ କରିବାକୁ ରିମାଣ୍ଡରେ ନେଇଛି କ୍ରାଇମ୍ ୟୁନିଟ୍। କ୍ୟାପିଟାଲ ହସ୍ପିଟାଲରୁ ବାହାରିବା ବେଳେ ହଂସିକା କାନ୍ଦୁଥିବାର ଦେଖିବାକୁ ମିଳିଥିଲା ଏବଂ ଚିତ୍କାର କରି କହୁଥିଲେ ଆମକୁ ଫସାଇ ଦିଆଯାଇଛି । ତେବେ ସ୍ପେଶାଲ କ୍ରାଇମ ୟୁନିଟ ୩ ଦିନ ରିମାଣ୍ଡ ଆବେଦନ କରିଥିଲା ହେଲେ ମିଳିଛି ଗୋଟେ ଦିନର ରିମାଣ୍ଡ । ଗୁରୁବାର ଦିନ ସକାଳ ୧୦ଟା ବେଳେ ଜେଲରୁ ଆଣି ଜେରା ପରେ ଶୁକ୍ରବାର ଦିନ ୧୦ଟାବେଳେ ଛଡ଼ାଯିବ। ଏହି ସମୟ ଭିତରେ କ୍ରାଇମବ୍ରଞ୍ଚ ଟିମ ଉଭୟ ଙ୍କୁ ଜେରା କରିବ। ଏହା ପରେ ଆବଶ୍ୟକ ପଡିଲେ ଆଉ ଥିରେ ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଆୟକର ବିଭାଗ ପକ୍ଷରୁ ହଂସିତାଙ୍କ ଘରେ ଆରମ୍ଭ ହୋଇଥିବା ଚଢ଼ଉ ତୃତୀୟ ଦିନରେ ପହଞ୍ଚିଛି । ଏହି ଚଢାଉ ସମୟରେ ଆୟକର ଟିମ୍ କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଜବତ ହୋଇଥିବା ଦସ୍ତାବିଜରେ ଅନେକ ତଥ୍ୟ ରହିଛି । ଯାହାକି ଆଗାମୀ ଦିନରେ ହଂସିକାଙ୍କୁ ଅଡୁଆରେ ପକେଇ ପାରେ । ତେବେ ହଁସିକା ଓ ଅନିଲ ଙ୍କ ଓକିଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଭୟ ନିର୍ଦୋଷ ଓ ଏତେବେଳ ଯାଏଁ ତାଙ୍କ ବିରୁଦ୍ଧରେ କିଛି ଠୋସ ପ୍ରମାଣ ମିଳିନାହିଁ ।ଆଗାମୀ ଜେରା ସରିବା ପରେ ସେମାନେ ଜାମିନ ଆବେଦନ କରିବେ । ଆଗକୁ ଏହି କେସରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଦେଖିବାକୁ ବାକି ରହିଲା ।