ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିବ ସ୍ୱତନ୍ତ୍ର ବସ୍ । ଏବେ ଓଡ଼ିଶାବାସୀ ସିଧା ଓଡ଼ିଶାରୁ ବସି ଅଯୋଧ୍ୟାର କୁମ୍ଭମେଳାରେ ଓହ୍ଲାଇବେ। ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବାକୁ ଥିବା ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ଏହି ସେବା ୧୩ ଜାନୁୟାରୀରୁ ଆରମ୍ଭ ହୋଇ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ ।
ଏହି ବସ୍ ଗୁଡ଼ିକ ୪ଟି ମୁଖ୍ୟ ମାର୍ଗ ଯାତାୟତ କରିବ । ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟନାରୁ ଅଯୋଧ୍ୟା ଏବଂ ବ୍ରହ୍ମପୁରରୁ ଅଯୋଧ୍ୟାକୁ ଚଳାଚଳ କରିବ । ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ଚାଲିବ ।
ଓଏସଆରସିଟି ଦ୍ବାରା ପରିଚାଳିତ ଏହି ପ୍ରିମିୟମ ବସ ସେବା ଯାତ୍ରୀଙ୍କୁ ସୁଗମ ଯାତ୍ରାର ଅନୁଭୂତି ଦେବ । ତେବେ ଯାତ୍ରୀଙ୍କ ସୁବିଧା ଦେଖି ଏହି ସ୍ୱତନ୍ତ୍ର ବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଏଥିସହିତ ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ମଧ୍ୟ ରହିବ । ଓଏସଆରଟିସି ଦ୍ୱାରା ପରିଚାଳିତ ଏହି ପ୍ରିମିୟମ ବସ୍ ସେବା ଯାତ୍ରୀଙ୍କୁ ଓଡ଼ିଶାରୁ ଅଯୋଧ୍ୟା ପାଇଁ ସୁଗମ ଯାତ୍ରାର ଅନୁଭୂତି ଦେବ ।