ଫୁଲବାଣୀ: ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ CRPF ଓ SOG ଯବାନଙ୍କ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ସହ IED ଠାବ କରାଯାଇଛି । ଏହି ମାଓ କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି । KKBN ସଂଗଠନରେ ୧୫ରୁ ଅଧିର ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି । ତେବେ ଏହି ମାଓ କ୍ୟାମ୍ପ ଜବତ ପରେ ବର୍ତ୍ତମାନ ଆହୁରି ଜୋରଦାର ଭାବେ ମ୍ବିଂ ଅପରେସନ୍ ଜାରି ରହିବ ବୋଲି କନ୍ଧମାଳ ଏସପି ହରିଶ ବି.ସି ସୂଚନା ଦେଇଛନ୍ତି।
ସୂଚନା ଥାଉ କି ସୋମବାର ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର ଜିଲାରେ ମାଓବାଦୀମାନେ ଏକ ବଡ଼ ଧରଣର ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଯବାନମାନେ ଯାଉଥିବା ଏକ ଗାଡ଼ିକୁ ଆଇଇଡି ବିସ୍ଫୋରଣରେ ଉଡ଼ା ଦେଇଥିଲେ। ଫଳରେ ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି।