ଭୁବନେଶ୍ୱର : ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନରେ ଉନ୍ମୋଚନ ହେଲା ୬ଟି ଆଧୁନିକ ସୁବିଧା। ସୁରକ୍ଷାକର୍ମୀ ଆବାସିକ କମ୍ପ୍ଲେକ୍ସ, ଲାଇବ୍ରେରି ଓ ଡିଜିଟାଲ୍ ହବ୍, ସଂରକ୍ଷଣ ଅନୁସନ୍ଧାନ ଓ ତାଲିମ କେନ୍ଦ୍ର, ପକ୍ଷୀ ସଙ୍ଗରୋଧ କେନ୍ଦ୍ର, ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଆକର୍ଷଣ ଲାଗି କାଞ୍ଜିଆ ହ୍ରଦ କୂଳରେ ନିର୍ମିତ କରାଯାଇଥିବା ପରିଦର୍ଶନ କେନ୍ଦ୍ର ଓ ଉନ୍ନତିକରଣ କରାଯାଇଥିବା ହିମାଳୟ କଳା ଭାଲୁ ଖୁଆଡ଼କୁ ଉଦ୍ଘାଟନ କରାଯାଇଛି।
ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ପ୍ରତିଷ୍ଠା ଦିବସ ବାତିଲ କରାଯାଇ ଜାନୁୟାରୀ ୬ରେ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗଣେଶ ରାମ ସିଂହ ଖୁଣ୍ଟିଆ ଯୋଗଦେଇ ଏହି ୬ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ତେବେ ନନ୍ଦନକାନନରେ ଏହି ଆଧୁନିକ ସୁବିଧାର ଉନ୍ମୋଚନ ହେବା ପରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ବିଭାଗ କର୍ମଚାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।