ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରବାସୀ ଭାରତ ଦିବସ ସମ୍ମିଳନୀ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରବାସୀ ଦିବସ ଅବସରରେ ଆଗରୁ ଆଦିବାସୀ ମେଳା, ଚିଲିକା ବିହଙ୍ଗ ଉତ୍ସବ ସହ ନାଇଟ୍ ବଜାର, ଏକାମ୍ର ଉତ୍ସବ, ପାର୍କ ଉତ୍ସବ ଆରମ୍ଭ ହୋଇସାରିଛି। କେବଳ ଏତିକି ନୁହଁ ପ୍ରବାସୀ ମାନଙ୍କ ରହିବାଠାରୁ ଖାଇବା ଏବଂ ରାଜ୍ଯର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର କିପରି ସୁରୁଖୁରୁରେ ବୁଲି ପାରିବେ ସେନେଇ ସମସ୍ତ ବ୍ଯବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହି ପରିପ୍ରେକ୍ଷୀରେମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରି ପୂର୍ବ ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।