ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । ତାଙ୍କର ବାସଭବନ, କାର୍ଯ୍ୟାଳୟ ସମେତ ୬ଟି ଠିକଣାରେ ଚଢ଼ାଉ ଆରମ୍ଭ ହୋଇଛି ।
ପ୍ରାପ୍ତ ସୂଚନା ମୁତାବକ, ରତ୍ନାକରଙ୍କର ଢେଙ୍କାନାଳସ୍ଥିତ ବାସଭବନ, ହିନ୍ଦୋଳରେ ଥିବା ଫାର୍ମହାଉସ୍, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ତିନୋଟି ସ୍ଥାନରେ ଏକକାଳୀନ ଇଡି ଟିମ୍ ଖୋଳତାଡ଼ କରୁଛି । ବେଆଇନ ଆର୍ଥିକ କାରବାର, ଖଣି ନିୟମ ଉଲ୍ଲଂଘନ ଓ ସମ୍ପତ୍ତି ଅଧିଗ୍ରହଣ ନେଇ ଯାଞ୍ଚ କରାଯାଉଛି ।