ଗଞ୍ଜାମ: ବ୍ରହ୍ମପୁର ବିଜେପି ସାଂସଦଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ । ଗତକାଲି ସେ ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ତାଙ୍କୁ ଦୋଷମୁକ୍ତ କରାଇଛନ୍ତି ।
ପ୍ରଦୀପଙ୍କ ନାଁରେ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ସାଙ୍ଘାତିକ୍ ଅଭିଯୋଗ ରହିଥିଲା । ତେବେ ଗତକାଲି ୨ଟି ମାମଲାର ଶୁଣାଣୀ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାର ଶୁଣାଣୀ ହୋଇଛି । ସମସ୍ତ ମାମଲାରେ ସେ ନିର୍ଦ୍ଦୋଷ ବୋଲି ପ୍ରାମଣିତ ହୋଇଛି । ସେପଟେ ରାୟ ଆସିବା ପରେ ପ୍ରତିକ୍ରିୟା ରଖି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ସତ୍ୟର ବିଜୟ ହୋଇଛି । ପୂର୍ବ ସରକାର ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ମାମଲା ରୁଜୁ କରିଥିଲେ ।