ଭୁବନେଶ୍ବର : ଜନତା ମଇଦାନରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ। ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ନେଇ ବେଶ ଉତ୍ସାହିତ ହୋଇଛି ଓଡ଼ିଶା । ପ୍ରବାସୀ ମହାକୁମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଭିନ୍ନ ଦେଶରୁ ପ୍ରବାସୀ ଭାରତୀୟ। ଆଜି ବି ଅନେକ ପ୍ରବାସୀ ଓଡିଶା ଆସୁଛନ୍ତି। ଅନେକ ସମ୍ମେଳନ ସ୍ଥଳ ଜନତା ମୈଦାନରେ ବି ପହଞ୍ଚିଲେଣି । ଓଡ଼ିଶାର ଆତିଥ୍ୟରେ ଅଭିଭୂତ
ହେଉଛନ୍ତି ପ୍ରବାସୀ। ଓଡିଶାର ଖାଦ୍ୟ ହେଉଛି ପାରମ୍ପରିକ ଲୋକକଳା ପ୍ରବାସୀମାନଙ୍କୁ ଆନନ୍ଦ ଦେଇଛି। ଓଡିଶାର ଆତିଥ୍ଯ ଏତେ ଭଲ ଲାଗିଛି ଯେ ପୁଣି ଓଡିଶାକୁ ବୁଲିବାକୁ ଆସିବେ ବୋଲି କହିଛନ୍ତି। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରବାସୀ ମାନେ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଭୁରି ଭୁରି ପ୍ରଶଂସା କରୁଛନ୍ତି। ୩ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଏହାକୁ ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ଶୁଭାରମ୍ଭ ଦିନରେ ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଛନ୍ତି । ଏହି ଅବସରରେ କହିଛନ୍ତି ଯେ , ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ । ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀଙ୍କୁ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।